Type Here to Get Search Results !

ଡକାୟତି ଉଦ୍ୟମ ଅଭିଯୋଗରେ ୯ ଗିରଫ

 


ଟିଟିଲାଗଡ଼: ଟିଟିଲାଗଡ଼ ଥାନା ପୁଲିସ ଅତର୍କିତ ଚଢ଼ାଉ ସହ ଡକାୟତି ଉଦ୍ୟମ ଅଭିଯୋଗରେ ୯ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଏନେଇ ପୁଲିସ ସୂତ୍ରରୁ ପ୍ରକାଶ ଯେ ରବିବାର ଭୋର ସମୟରେ ଟିଟିଲାଗଡ଼ ପୁଲିସ ପାଟ୍ରୋଲିଂ ସମୟରେ ସିରୁଲ ଗ୍ରାମ ନିକଟରେ କିଛି ସନ୍ଦିଗ୍ଧ ଯୁବକଙ୍କୁ ଥାନାକୁଆଣି ଅଟକ ରଖିଥିଲା। ଥାନାରେ ପଚାରଉଚୁରା ସମୟରେ ସେମାନେ ଏକ ବଡ଼ ଡକାୟତି କରିବା ପାଇଁ ଅଭିଯୁକ୍ତ ଯୋଜନା କରିଥିବା ଜଣାପଡ଼ିଥିଲା।

ପୁଲିସ ଉକ୍ତ ଗ୍ରାମର ଏକ ନିଛାଟିଆ ସ୍ଥାନରୁ ଟିଟିଲାଗଡ଼ ଥାନା ଅନ୍ତର୍ଗତ କାହ୍ନୁ ମନହୀରା, ଶ୍ରୀକାନ୍ତ ମିଶ୍ର, ଗୁଲାପ ବିଶି, ବାସୁ ରତେଇ, ଚମାରୁ ନାଗ, ଚନ୍ଦନ ପଟେଲ, ଓମପ୍ରକାଶ ସାହୁ, ପ୍ରଭାତ ଭୋଇ ଏବଂ ନୂଆପଡା ଥାନା ଅନ୍ତର୍ଗତ ଦେଓଝର ଗ୍ରାମର ଗୋପାଲ ପଟେଲଙ୍କୁ ଧରିଥିଲା। ସେମାନଙ୍କ ଠାରୁ ୬ଟି ମୋବାଇଲ ଫୋନ, ୧୫ ହଜାର ୭୭୦ ଟଙ୍କା, ୩ଟି ବାଇକ, ଭୁଜାଲି, ଛୁରି, ଲୁହା ରଡ଼ ଆଦି ମାରଣାସ୍ତ୍ର ସହ ମରିଚ ଗୁଣ୍ଡ ପୁଲିସ ଜବତ କରିଥିଲା। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଆଜି ରାତ୍ରୀରେ କୋର୍ଟ ଚାଲାଣ ସହ ଅଧିକ ତଦନ୍ତ ଜାରି ରଖିଛି ବୋଲି ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଏବଂ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.