ନୂଆଦିଲ୍ଲୀ:-
ଭାରତୀୟ ସ୍ପେସ୍ ଏଜେନ୍ସି ISRO ରାମ ସେତୁର ବିସ୍ତୃତ ମାନଚିତ୍ର ପ୍ରସ୍ତୁତ କରିଛି । ଆମେରିକାର ସ୍ପେସ୍ ରିସର୍ଚ୍ଚ କେନ୍ଦ୍ର NASAର ICESat-2 ସାଟେଲାଇଟ୍ ଡାଟା ମାଧ୍ୟମରେ ସମୁଦ୍ର ତଳେ ଥିବା ରାମ ସେତୁର ବିସ୍ତୃତ ମାନଚିତ୍ର ପ୍ରସ୍ତୁତ କରିବାରେ ସଫଳ ହୋଇଛି ISRO । ରାମ ସେତୁ ଆଡମ୍ସ ବ୍ରିଜ୍(Adam's Bridge) ଭାବରେ ମଧ୍ୟ ବେଶ ଜଣାଶୁଣା ।
ISROର ଯୋଧପୁର ଏବଂ ହାଇଦ୍ରାବାଦ ନ୍ୟାସନାଲ ରିମୋଟ ସେନ୍ସିଂ ସେଣ୍ଟରର ଗବେଷକମାନେ NASAର ICESat-2 ସାଟେଲାଇଟ୍ ସାହାଯ୍ୟରେ ମାନଚିତ୍ର ଅଧ୍ୟୟନ କରିଥିଲେ । ଲେଜର କିରଣ ମାଧ୍ୟମରେ ସମୁଦ୍ର ତଳେ ଥିବା ଏଡମ୍ସ ବ୍ରିଜର ୯୯.୮% ଅଂଶର ସନ୍ଧାନ ପାଇଥିଲେ । ଏହି କାରଣରୁ ଜାହାଜ ମାଧ୍ୟମରେ ସମୁଦ୍ର ତଳେ ଥିବା ସେତୁର ସର୍ଭେ କରିବା କଷ୍ଟକର ଥିଲା । ବୈଜ୍ଞାନିକମାନେ ସେତୁ ତଳେ ୧୧ଟି ସଂକୀର୍ଣ୍ଣ ଚ୍ୟାନେଲ(ନାଳ) ଦେଖିଥିଲେ ଯାହାର ଗଭୀରତା ୨-୩ ମିଟର ଅଟେ । ଏହା Gulf of Mannar ଏବଂ Palk Strait ମଧ୍ୟରେ ଜଳ ପ୍ରବାହକୁ ସହଜ କରିଥିଲା ।

.jpeg)
