Type Here to Get Search Results !

ଭୟଙ୍କର ଦୁର୍ଘଟଣା: ବସ୍‌କୁ ଧକ୍କାଦେଲା ଟ୍ୟାଙ୍କର, ୧୮ ମୃତ ଓ ୩୦ ଗୁରୁତର

 



କ୍ଷ୍ନୌ:-

ଉତ୍ତରପ୍ରଦେଶରେ ବସ୍‌ ଦୁର୍ଘଟଣାରେ ୧୮ ଯାତ୍ରୀଙ୍କ ମୃତ୍ୟୁ। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ବସ୍‌କୁ ଧକ୍କାଦେଲା ଟ୍ୟାଙ୍କର। ଭୟଙ୍କର ଦୁର୍ଘଟଣାରେ ୩୦ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରିବା ପରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଉତ୍ତରପ୍ରଦେଶର ଉନ୍ନାବରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ ଆଜି ଭୋର ସମୟରେ ଏକ ଟ୍ୟାଙ୍କର ଓ ବସ୍‌ ମଧ୍ୟରେ ଧକ୍କା ହେବାରୁ ବସ୍‌ଟି ବହୁ ଥର ଓଲଟିବା ସହ ଦୁଇ ଫାଳ ହୋଇ ଯାଇଛି। ବସ୍‌ଟି ବିହାରର ସୀତାମଡ଼ିରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ସମୟରେ ଉନ୍ନାବର ଗଢ଼ାଗାଁ ନିକଟରେ ଏକ କ୍ଷୀର ବୋଝେଇ ଟ୍ୟାଙ୍କର ବସ୍‌କୁ ଓଭରଟେକ୍‌ କରିଥିଲା। ଏହି ସମୟରେ ଟ୍ୟାଙ୍କର ଓ ବସ୍‌ ମଧ୍ୟରେ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍‌ଟି ରାସ୍ତାରେ ବହୁ ଥର ଓଲଟିବା ସହ ଦୁଇ ଫାଳ ହୋଇ ଯାଇଥିଲା ।

ତେବେ ଉକ୍ତ ଘଟଣାର ଖବର ପାଇଁ ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସ୍‌ପି ଓ ଉଦ୍ଧାରକାରୀ ଦଳ ପହଞ୍ଚି ବସ୍‌ରୁ ତୁରନ୍ତ ସମସ୍ତଙ୍କୁ ବାହାର କରି ମେଡିକାଲ ପଠାଯାଇଥିଲା। ସେଠାରେ ଡାକ୍ତର ୧୮ ଜଣଙ୍କୁ ମୃତ ଘୋଷଣା କରିଥିଲେ। ୩୦ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରିଦିଆଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ଏହି ଦୁର୍ଘଟଣା ଯୋଗୁଁ ବହୁ ସମୟ ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ ବନ୍ଦ ହୋଇ ଯାଇଥିଲା। ତୁରନ୍ତ ରାସ୍ତାରୁ ସଫା କରିବା ପରେ ଯାନବାହନ ପୁନଃ ଚଳାଚଳ ଆରମ୍ଭ ହୋଇଥିବା ଜଣାଯାଇଛି।



Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.