Type Here to Get Search Results !

ବିଧାୟକଙ୍କ ଦ୍ଵାରା ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟିତ।

 



ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆଖୁଆ ଦକ୍ଷିଣୀ ଗ୍ରାମପଞ୍ଚାୟତର ବ୍ରିନ୍ଦୋଳ, ମଙ୍ଗରାଜପୁର ଗ୍ରାମପଞ୍ଚାୟତର ମଙ୍ଗରାଜପୁର ଓ କୁହୁଡି ଗ୍ରାମପଞ୍ଚାୟତର ଅରଖିଆ ଗ୍ରାମରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବିଧାୟକ ଡ଼ ଦୁର୍ଗା ପ୍ରସନ ନାୟକଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି।

ପ୍ରଧାନମନ୍ତ୍ରୀଙ୍କ ହର ଘର ଜଲ ଯୋଜନା ଆଜି ସାକାର ହୋଇଛି ବୋଲି ଶ୍ରୀଯୁକ୍ତ ନାୟକ ପ୍ରକାଶ କରିଥିଲେ। ମହାକାଳପଡା ଓ ମାର୍ଶାଘାଇ ବ୍ଲକ ର ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଥିବା ପାନୀୟ ଜଳ ସମସ୍ୟାକୁ ଦୂର କରିବାକୁ ପ୍ରାଥମିକତା ଦିଆଯାଉଛି। 

ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରଶାସନିକ ଅଧିକାରୀ ବସନ୍ତ ନାୟକ, ବସନ୍ତ ସେଠୀ, ରାଜେନ୍ଦ୍ର ସିଂ, ସ୍ଥାନୀୟ ବୁଦ୍ଧିଜୀବୀ ବିଭୂତି ଭୂଷଣ ରାଉତ, ମାନସ ରଞ୍ଜନ ଲେଙ୍କା, ରାଜୀବ ପୃଷ୍ଟି, ଅଖିଳ ମହାପାତ୍ର, ନିଗମ ରଥ, ନିଗମ ଦାସ, ଜ୍ଞାନ ରଞ୍ଜନ ବସନ୍ତିଆ, ଗଙ୍ଗାଧର ସାମଲ, ହିରନ୍ୟ ମହାପାତ୍ର, କାହ୍ନୁ ପରିଡ଼ା, ସରୋଜ କାନ୍ତ ସାହୁ, ବିଶ୍ବରଂଜନ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।

ବିଧାୟକ ଶ୍ରୀଯୁକ୍ତ ନାୟକଙ୍କ ଜନସାଧାରଣଙ୍କ ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବା ଏବଂ ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟକୁ ତ୍ଵରାନିତ କରିବାର ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଉଛି।



Post a Comment

0 Comments
* Please Don't Spam Here. All the Comments are Reviewed by Admin.