Type Here to Get Search Results !

ରାଜ୍ୟରେ ଲାଗୁ ହେଲା ଶ୍ରୀଅନ୍ନ ଅଭିଯାନ, ମାତ୍ର ଏତିକି ଟଙ୍କାରେ ମିଳିବ ପେଟ ପୂରା ଖାଇବା

 


ଭୁବନେଶ୍ୱର:-

ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି। । ଚଳିତ ବଜେଟ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି। ବଜେଟରେ ଶ୍ରୀଅନ୍ନ ଅଭିଯାନ ବିଷୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିପାଇଁ ୬୪୯ କୋଟି ବ୍ୟୟବରାଦ ହୋଇଛି। ଏହି ଅଭିଯାନ ମାଧ୍ୟମରେ ମିଲେଟକୁ ବା ମାଣ୍ଡିଆକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ଉଦ୍ଦେଶ୍ୟ ରଖିଛନ୍ତି।

ଚଳିତ ବଜେଟରେ ବିଜେଡି ସରକାରର ବହୁଚର୍ଚ୍ଚିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନାଁ ପରିବର୍ତ୍ତନ ହୋଇ 'ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା' ହୋଇଛି । ସେହିପରି ବିଜୁ ସେତୁର ନାଁ ବଦଳାଇ 'ସେତୁ ବନ୍ଧନ' ଯୋଜନା, ମୋ ସ୍କୁଲର ନାଁ ବଦଳାଇ 'ପଞ୍ଚସଖା ଶିକ୍ଷା ସେତୁ ଯୋଜନା', ଲକ୍ଷ୍ମୀ ଯୋଜନାର ନାଁ 'ଗ୍ରାମାଞ୍ଚଳ ପରିବହନ' ଯୋଜନା, ଆମ ଓ ନବୀନ ଓ ନାଁ ବଦଳାଇ 'ବିକଶିତ ଗାଁ ବିକଶିତ ଓ କାଳିଆ ଯୋଜନାର ନାଁ ବଦଳାଇ 'ସିଏମ-କିଷାନ' ଯୋଜନା, ବିଜୁ ପକ୍କାଘର ଯୋଜନା ପରିବର୍ତ୍ତେ 'ଅନ୍ତ୍ୟୋଦୟ ଗୃହ ଯୋଜନା' ଘୋଷଣା ହୋଇଛି।

ଏଥିସହ ନୂଆ ସରକାର କିଛି ନୂଆ ଯୋଜନା ମଧ୍ୟ ଆଣିଛନ୍ତି। ଅନାଥ ଶିଶୁଙ୍କ ପାଇଁ ବଜେଟରେ 'ଯଶୋଦା' ନୂଆ ଯୋଜନା ଅଣାଯାଇଛି। ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ 'ଯଶୋଦା' ଯୋଜନା ଘୋଷଣା ହୋଇଛି। ଗ୍ରାମାଞ୍ଚଳରେ ସହାରାଞ୍ଚଳ ସୁବିଧା ଯୋଗାଇବାକୁ ନୂଆ ଯୋଜନା କରାଯାଇଛି। ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ବଜେଟରେ ୧ ହଜାର କୋଟି ବ୍ୟୟ ବରାଦ ହୋଇଛି।



Post a Comment

0 Comments
* Please Don't Spam Here. All the Comments are Reviewed by Admin.