Type Here to Get Search Results !

ଆସାମରେ ବନ୍ୟା ବିତ୍ପାତ, ୪୬କୁ ବଢିଲାଣି ମୃତ୍ୟୁ ସଂଖ୍ୟା

 


ଆସାମରେ ବନ୍ୟା ବିତ୍ପାତ। ବ୍ରହ୍ମପୁତ୍ର ନଦୀରେ ବନ୍ୟା ଯୋଗୁଁ ଆସାମରେ ବିଗୁଡ଼ିଛି ବନ୍ୟା ସ୍ଥିତି। ଫଳରେ ଜନଜୀବନ ସହ ପଶୁପକ୍ଷୀ ପ୍ରଭାବିତ ହୋଇଛନ୍ତି। ୧୯ଟି ଜିଲ୍ଲାରେ ୧୬ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି। ସେପଟେ ବନ୍ୟା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୪୬ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟା ପାଣିରେ ବୁଡି ଆଉ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସେପଟେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ରହୁଥିବା ପ୍ରାଣୀଙ୍କ ଲାଗି ମଧ୍ୟ ବିପଦ ଦେଖାଦେଇଛି। ଚାରିଆଡେ ପାଣି ପଶିଯାଇଛି। ଜାତୀୟ ଉଦ୍ୟାନର ଅନେକ ସ୍ଥାନ ପାଣିରେ ବୁଡି ରହିଛି। ଫଳରେ ହାତୀ, ହରିଣ, ଗଣ୍ଡାଠୁ ଆରମ୍ଭ କରି ଅନେକ ପଶୁପକ୍ଷୀ ଏବେ ଜନବସତି ମୁହାଁ ହୋଇଛନ୍ତି। ସେହିପରି ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ବ୍ରହ୍ମପୁତ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇଥିବାରୁ ସ୍ଥିତି ଆହୁରି ବିଗିଡିବା ନେଇ ଆଶଙ୍କା କରାଯାଉଛି। ଏନେଇ ଏନଡିଆରଏଫ, ଅଗ୍ନିଶମ ବିଭାଗ ଏବଂ ସେନା ସହାୟତାରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ରାସ୍ତାଘାଟ ବୁଡି ରହିଥିବାରୁ ଗମନାଗମନରେ ବାଧା ଉପୁଜିଛି।



Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.