Type Here to Get Search Results !

ରାଜ୍ୟ ରାଜନୀତିରେ ରୋଚକ ଦୃଶ୍ୟ; ନବୀନଙ୍କୁ ନେବା ପାଇଁ ମଞ୍ଚରୁ ଧାଇଁ ଆସିଲେ ଧର୍ମେନ୍ଦ୍ର

 


ଭୁବନେଶ୍ୱର:-

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି ସବୁ ଦଳର ନେତା। ଏହି ଉପଲକ୍ଷେ ବଡ଼ଦାଣ୍ଡରେ ହୋଇଥିବା ଏକ ମଞ୍ଚରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ନେତୃବୃନ୍ଦ ମଞ୍ଚାସୀନ ଥିଲେ।

ଏହି ସମୟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଥିଲେ। ନବୀନ ପ୍ରଥମେ ମଞ୍ଚ ତଳେ ଥାଇ ସମସ୍ତଙ୍କୁ ହାତଯୋଡ଼ି ଅଭିନନ୍ଦନ ଜଣାଇଥିଲେ। ଏହି ସମୟରେ ମଞ୍ଚରେ ଥିବା ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଧାଇଁ ଆସିଥିଲେ ତଳକୁ ପାଛୋଟି ନେବା ପାଇଁ।

ଧର୍ମେନ୍ଦ୍ର ତଳକୁ ଆସିବା ପରେ ନବୀନଙ୍କ ସହ କିଛି କଥା ହୋଇଥିଲେ। ଏହା ପରେ ତାଙ୍କ ହାତ ଧରି ମଞ୍ଚ ଉପରକୁ ନେଇଯାଇଥିଲେ। ମଞ୍ଚରେ ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀ ଠିଆ ହୋଇ ନବୀନଙ୍କୁ ବସିବା ପାଇଁ ଇଙ୍ଗିତ କରିଥିଲେ। ସମସ୍ତଙ୍କ ମୁହଁରେ ବେଶ୍‌ ହସ ପରିଲକ୍ଷିତ ହୋଇଥିଲା। ନବୀନ ମଧ୍ୟ ବହୁତ ଖୁସି ଦେଖାଯାଉଛନ୍ତି ଭିଡିଓରେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଛି।



Post a Comment

0 Comments
* Please Don't Spam Here. All the Comments are Reviewed by Admin.