Type Here to Get Search Results !

ପଡ଼ୋଶୀର ପ୍ରତିହିଂସା: ୩୨ ଛେଳିକୁ ବିଷ ଦେଇ ମାରିଦେଲେ

 


ନନ୍ଦପୁର:-

କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ କେଶଦୁରାପାଳ ଗ୍ରାମରେ ସାମାନ୍ୟ କହଳକୁ କେନ୍ଦ୍ରକରି ପ୍ରତିଶୋଧପରାୟଣ ହୋଇ ଜଣେ ମହିଳା ଚାଷୀଙ୍କ ୩୨ଟି ଛେଳିକୁ ବିଷ ଦେଇ ମାରିଛି ତାଙ୍କ ପଡ଼ୋଶୀ। ଏନେଇ ଗ୍ରାମର ସ୍ବର୍ଗତ ବାବାଜି ଦେହୁରୀଙ୍କ ପତ୍ନୀ ସୁକାନ୍ତି ଦେହୁରୀ ଆଜି ଘସିପୁରା ଥାନାରେ ଏତଲା ଦେଇଛନ୍ତି। ପୁଲିସ କେସ୍ ନମ୍ବର ୨୮୩/୨୪ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ୯ ଦିନ ତଳେ ସୁକାନ୍ତିଙ୍କ ସ୍ବାମୀ ବାବାଜିଙ୍କ ମୃତ୍ୟୁ ହୋଇଥିଲା। ପରିବାର ମୁଖ୍ୟଙ୍କ ମୃତ୍ୟୁ ପରେ ଘରଲୋକେ ଦୁଃଖରେ ଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ଛେଳି ପାଳନ କରି ପରିବାର ପ୍ରତିପୋଷଣ କରିବେ ବୋଲି ସୁକାନ୍ତି ଆଶା ରଖିଥିଲେ। କିଛିଦିନ ତଳେ ପଡ଼ୋଶୀଙ୍କ ସହ କୌଣସି କାରଣରୁ ତାଙ୍କର ଝଗଡ଼ା ହୋଇଥିଲା।


ଏଥିରେ ପ୍ରତିହିଂସାପରାୟଣ ହୋଇ ସେ ଛେଳିଗୁଡ଼ିକୁ ବିଷ ଦେଇ ମାରିଦେଇଥିବା ଅଭିଯୋଗ ହୋଇଛି। ମୃତ ଛେଳିଗୁଡ଼ିକର ବ୍ୟବ‌ଚ୍ଛେଦ ପାଇଁ ପ୍ରାଣୀ ଚିକିତ୍ସା ବିଭାଗକୁ କୁହାଯାଇଛି। ଏହି ଘଟଣା ପରେ ପଡ଼ୋଶୀଙ୍କ ପରିବାର ଲୋକେ ଘ‌ରେ ତାଲା ପକାଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ମୃତ ଛେଳିଗୁଡ଼ିକର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏ ଘଟଣା ପରେ ଛେଳି ଚାଷୀ ସୁକାନ୍ତି ସଂପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.