Type Here to Get Search Results !

ଏକ୍ସପ୍ରେସ ଟ୍ରେନ ଧକ୍କାରେ ୨ ଯୁବକ ମୃତ, ସୋରରେ ଘଟିଛି ଅଭାବନୀୟ ଘଟଣା


 

ଡିଶା ଭାସ୍କର: ବାଲେଶ୍ୱର ସୋରରେ ଘଟିଛି ଏକ ଅଭାବନୀୟ ଘଟଣା । ବାହାନଗା ଦଣ୍ଡହରିପୁର ରେଳଫାଟକରେ ୨ ଜଣ ଯୁବକଙ୍କ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି । ରେଳଧାରଣାରେ ସେମାନଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡି ରହିଛି । ସୂଚନାନୁଯାୟୀ, ସେମାନଙ୍କ ପରିଚୟ ଏଯାଏଁ ମିଳି ପାରି ନାହିଁ । ପୁରୀ- ହାୱାଡା ଏକ୍ସପ୍ରେସ ଟ୍ରେନ ଉଭୟଙ୍କୁ ଧକ୍କା ଦେଇଥିଲା ।

ଫଳରେ ସେମାନଙ୍କ ମୃତ୍ୟୁ ହୋଇଛି । ଟ୍ରେନ ଆସିବା ସମୟରେ ଟ୍ରାକରେ ଉଭୟ ଯୁବକ ଛିଡା ହୋଇ ରହିଥିଲେ । ଫଳରେ ସେମାନଙ୍କୁ ଏହି ଏକ୍ସପ୍ରେସ ଟ୍ରେନ ଧକ୍କା ଦେଇଥିଲା । ହଠାତ କିଛି ନ ଜାଣିବା ପୂର୍ବରୁ ସେମାନେ ମୃତ୍ୟୁମୁଖକୁ ଚାଲି ଯାଇଥିଲେ ।



Post a Comment

0 Comments
* Please Don't Spam Here. All the Comments are Reviewed by Admin.