ଭୁବନେଶ୍ୱର:-
ବୁଧବାର ଠାରୁ ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି)-୨୦୨୪ ଅନୁଷ୍ଠିତ ହେବ । ୩ଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଟିଂ ପୂର୍ବାହ୍ନ ୧୦ଟାରୁ ୧୧ଟା ଯାଏ ପରୀକ୍ଷା ହେବ । ଦ୍ୱିତୀୟ ସିଟିଂ ସାଢ଼େ ୧୨ଟାରୁ ସାଢ଼େ ୧ଟା, ତୃତୀୟ ସିଟିଂ ଅପରାହ୍ନ ୩ଟାରୁ ୪ ଯାଏ ହେବ । ଭିନ୍ନକ୍ଷମ ବର୍ଗର ଶିକ୍ଷାର୍ଥୀଙ୍କୁ ଅତିରିକ୍ତ ୨୦ ମିନିଟ୍ ପ୍ରଦାନ କରାଯିବ ।
ପ୍ରଥମ ସିଟିଂରେ ଆନ୍ଥ୍ରୋପୋଲୋଜି (କଳା, ବିଜ୍ଞାନ) ଏବଂ ପରିସଂଖାନ ପରୀକ୍ଷା ରହିଛି । ଦ୍ୱିତୀୟ ସିଟିଂରେ ଭୂଗୋଳ ଓ ହିନ୍ଦୀ ରହିଛି । ତୃତୀୟ ସିଟିଂରେ ଏମ୍ବିଏ (ବିଜିନେସ୍ ଆଡ୍ମିନିଷ୍ଟ୍ରେସନ୍) ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ରହିଛି । ୪ରେ ପ୍ରଥମ ସିଟିଂରେ ବାଣିଜ୍ୟ, ଦ୍ୱିତୀୟ ସିଟିଂରେ ଆଇନ, ପପୁଲେସନ୍ ଷ୍ଟଡିଜ୍, ତୃତୀୟ ସିଟିଂରେ ଫିଜିକ୍ସ, ମାଇକ୍ରୋବାୟୋଲୋଜିର ପରୀକ୍ଷା ରହିଛି । ଚଳିତବର୍ଷ ୧୧୨ ଉଚ୍ଚଶିକ୍ଷାନୁଷ୍ଠାନରେ ୨୮ ହଜାର ୯୦୬ ସିଟ୍ରେ ନାମଲେଖା ହେବ । ଏଥିପାଇଁ ରାଜ୍ୟର ୬୨ହଜାର ୫୪୪ଜଣ ପିଲା ଆବେଦନ କରିଛନ୍ତି । ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ କରୁଛି ।


