ଭୁବନେଶ୍ୱର:-
ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଡ଼ା କୃଷ୍ଣ ଚନ୍ଦ୍ର ମହାପାତ୍ର ମୋ ବସ୍ରେ ଯାତ୍ରା କରିଛନ୍ତି । ସେତିକି ନୁହେଁ ମୋ ବସ୍ରେ ଯାତ୍ରା ସମୟରେ ସାଧାରଣ ଯାତ୍ରୀଙ୍କ ପରି ନିଜ ପାଇଁ ମୋ ବସ୍ରେ ଟିକେଟ୍ କାଟିଛନ୍ତି ଓ ସାଧାରଣ ଜନତାଙ୍କଠୁ ମୋ ବସ୍ ବିଷୟରେ ପ୍ରତିକ୍ରିୟା ନେଇଛନ୍ତି ।
ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, “ମୋ ବସ୍ ସେବା ନାଗରିକଙ୍କୁ ସୁବିଧାଜନକ, ସ୍ଥାୟୀ ଓ ନିରାପଦ ଯାତାୟତ ବିକଳ୍ପ ଯୋଗାଉଛି । ବସ୍ରେ ନିୟମିତ ଯାତ୍ରୀମାନଙ୍କ ସହିତ ବିସ୍ତୃତ ଆଲୋଚନା ହେବ । ନାଗରିକଙ୍କ ଆବଶ୍ୟକତାକୁ ଆଧାର କରି ବସ୍ ସଂଖ୍ୟା ବୃଦ୍ଧି କରାଯିବ । ଆମେ ବିଭିନ୍ନ ସମୟରେ ପରିସ୍ଥିତିକୁ ଅନୁଧ୍ୟାନ କରୁଛୁ । ଆବଶ୍ୟକ ସ୍ଥଳେ ଅଧିକ ବସ୍ ସେବା ଯୋଗାଇ ଦିଆଯିବ ।
ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଇ. ବସ୍ ସେବା ଅନ୍ତର୍ଗତ ଯୋଜନାରେ କ୍ରୁଟ୍କୁ ୪୦୦ ଇ. ବସ୍ ଅଣାଯିବ । ବିଗତ ୬ ବର୍ଷ ମଧ୍ୟରେ କ୍ରୁଟ୍ ମୋ ବସ୍ ସେବା ଯୋଗାଇବାରେ ଶ୍ରେଷ୍ଠ ପ୍ରଦର୍ଶନ କରିଆସୁଛି । ଚଳାଚଳ କରୁଥିବା ସମୁଦାୟ ବସ୍ରୁ ୬୩ଟି ଇ. ବସ୍ ଚଳାଚଳ କରୁଛି । ଆସନ୍ତା ଦିନରେ ଯୋଜନା ରହିଛି ଯେ କଟକ, ଭୁବନେଶ୍ୱର ଏବଂ ରାଉରକେଲା ସହର ପାଇଁ ୧୦୦ ଲେଖାଏଁ ଏବଂ ସମ୍ବଲପୁର, ବ୍ରହ୍ମପୁର ସହର ପାଇଁ ୫୦ଟି ଇ. ବସ୍।


