Type Here to Get Search Results !

ଋଣ କରି ପାଠ ପଢ଼ାଇଥିଲେ ସ୍ବାମୀ, ଚାକିରି ହେବା ପରେ ଘର ଛାଡ଼ିଲା ପତ୍ନୀ

 

ବେଗୁସରାୟ:-

ଋଣ କରି ପାଠ ପଢ଼ାଇଥିଲେ ସ୍ବାମୀ। ଚାକିରି ହେବା ପରେ ଘର ଛାଡ଼ିଲେ ପତ୍ନୀ। ବିହାରର ବେଗୁସରାୟରେ ଘଟିଛି ଏଭଳି ଘଟଣା। ଜଣେ ଯୁବକ ଋଣ କରି ତାଙ୍କ ପତ୍ନୀଙ୍କୁ ଜିଏନ୍ଏମ୍ ପଢ଼ାଇଥିବାକୁ ବେଳେ ଏବେ ପତ୍ନୀ ଶାଶୁ ଘରେ ରହିବାକୁ ମନା କରୁଥିବା ସାମ୍ନାକୁ ଆସିଛି।

ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ପାଠପଢ଼ା ଶେଷ କରି ଚାକିରି କରିବା ପରେ ପତ୍ନୀଙ୍କ ସ୍ବଭାବ ବଦଳି ଯାଇଛି।

ସେ ମୋ ସହ ଏବଂ ମୋ ମା'ଙ୍କ ସହ ରହିବାକୁ ଚାହୁଁ ନାହାନ୍ତି। ଏଥିପାଇଁ ଜୁନ୍ ୧୫ରେ ସେ ତାଙ୍କ ପିତା ଏବଂ ଭାଇଙ୍କୁ ଆଣି ବିବାହ ସମୟରେ ଆଣିଥିବା ସମସ୍ତ ଘରୋଇ ସାମଗ୍ରୀ ନେଇ ତାଙ୍କ ବାପ ଘରକୁ ଚାଲି ଯାଇଛନ୍ତି। ଏବେ ଆମେ ତ‌ାଙ୍କ ବିରୋଧରେ ପୁଲିସ ଷ୍ଟେସନରେ ଅଭିଯୋଗ କରିଛୁ।



ସୂଚନା ମୁତାବକ, ବେଗୁସରାୟରେ ରହୁଥିବା ପ୍ରିନ୍ସ ଆନନ୍ଦ ଏପ୍ରିଲ ୨୪, ୨୦୧୯ରେ ସମସ୍ତିପୁରର ମନୀଷାଙ୍କୁ ବିବାହ କରିଥିଲେ। ଦ୍ବାଦଶ ପାସ୍ କରିଥିବା ମନୀଷା ବିବାହ ପରେ ଜିଏନ୍ଏମ୍ ପାଠପଢ଼ି ନର୍ସ ହେବେ ବୋଲି ଇଚ୍ଛାପ୍ରକାଶ କରିଥିଲେ। ଘରେ ଆର୍ଥିକ ଅଭାବ ଥିବାରୁ ଋଣ କରି ଆନନ୍ଦ, ପଞ୍ଜାବରେ ଥିବା ଅଜିତ ନର୍ସିଂ ଇନଷ୍ଟିଚ୍ୟୁଟରେ ମନୀଷାଙ୍କର ନାମ ଲେଖାଇଥିଲେ। ପାଠ ପଢ଼ିବା ସମୟରେ ସେ ଅଧା ସମୟ ନିଜ ବାପ ଘରେ ରହୁଥିଲେ। ଏହି ସମୟରେ ୨୦୨୧ରେ ସେ ଏକ ଶିଶୁକନ୍ୟାକୁ ଜନ୍ମଦେଇଥିଲେ। ୨୦୨୩ରେ ପାଠପଢ଼ା ଶେଷ ହେବା ସହ ଚାକିରି ହେବାରୁ ମନୀଷା, ଆନନ୍ଦଙ୍କ ସହ ରହିବାକୁ ମନା କରିଦେଇଥିଲେ। ଏହାର ସମାଧାନ ପାଇଁ ପଞ୍ଚାୟତ ବସିଥିଲେ ବି ସମାଧାନର ବାଟ ବାହାରିପାରିନଥିଲା। ଏଥିପାଇଁ ଆନନ୍ଦ ବାଧ୍ୟ ହୋଇ ପୁଲିସରେ ଅଭିଯୋଗ କରିଛନ୍ତି।



Post a Comment

0 Comments
* Please Don't Spam Here. All the Comments are Reviewed by Admin.