ଭୁବନେଶ୍ୱର:-
ଜବାହାର ନବୋଦୟ ବିଦ୍ୟାଳୟ (ଜେଏନ୍ଭି)ରେ ୨୦୨୫-୨୬ ଶିକ୍ଷାବର୍ଷ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ । ଷଷ୍ଠ ଶ୍ରେଣୀ ନାମଲେଖା ପାଇଁ ଅନ୍ଲାଇନ୍ ଆବେଦନ ହେବ । ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେବ । ସମ୍ର ବାଉଣ୍ଡ ପାଇଁ ୨୦୨୫ ଜାନୁଆରୀ ୧୮ରେ ପରୀକ୍ଷା ହେବ । ୱିଣ୍ଟର ବାଉଣ୍ଡ ପାଇଁ ଏପ୍ରିଲ୍ ୧୨ରେ ପରୀକ୍ଷା ହେବ ।
ସୂଚନାଯୋଗ୍ୟ, ୭୫ ପ୍ରତିଶତ ସିଟ୍ ଗ୍ରାମାଞ୍ଚଳ ପିଲାଙ୍କ ପାଇଁ ସଂରକ୍ଷଣ ରହିବ । ସରକାରୀ ନିୟମ ଅନୁଯାୟୀ, ଏସ୍ସି, ଏସ୍ଟି, ଓବିସି ଓ ଦିବ୍ୟାଙ୍ଗ ବର୍ଗ ପାଇଁ ସ୍ଥାନ ସଂରକ୍ଷିତ ରହିବ । ସର୍ବନିମ୍ନ ଏକ ତୃତୀୟାଂଶ ସିଟ୍ ବାଳିକାଙ୍କ ପାଇଁ ସଂରକ୍ଷଣ କରାଯିବ । ଏଠାରେ ନାମଲେଖା ପରେ ଶିକ୍ଷା ସହ ଆବାସିକ ବ୍ୟବସ୍ଥା ରହିଛି । ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା ଛାତ୍ରାବାସ ରହିଛି । ଏନେଇ ସମସ୍ତ ସୂଚନା ଜେଏନ୍ଭି ୱେବ୍ସାଇଟ୍ www.navodaya.gov.in ରେ ଉପଲବ୍ଧ ରହିଛି ।

.jpeg)
