Type Here to Get Search Results !

ବଙ୍ଗୋପସାଗରରେ ଆସିପାରେ ଦୁଇ ଦୁଇଟି ବଡ ଲଘୁଚାପ; ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ

 


ଙ୍ଗୋପସାଗରରେ ଆସିପାରେ ଦୁଇ ଦୁଇଟି ବଡ ଲଘୁଚାପ । ଜୁଲାଇ ୧୫ ତାରିଖ ସୁଦ୍ଧା ପଶ୍ଚିମ ବଙ୍ଗୋପସାଗରରେ ପ୍ରଥମ ଲଘୁଚାପ ସୃଷ୍ଟି ହୋଇପାରେ । ଆସନ୍ତାକାଲି ବେଳକୁ ଉତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ପ୍ରଥମ ଲଘୁଚାପ କ୍ଷେତ୍ର । ଆଉ ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ରାୟଗଡା, କୋରାପୁଟ, ମାଲକାନଗିରି ଓ କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।

ତେବେ ୧୫ ଓ ୧୬ ତାରିଖରେ ବର୍ଷା ପରିମାଣ ଓ ବିସ୍ତୁତି ବଢିବ ।

ସେହିପରି ଆସନ୍ତାକାଲି ରାୟଗଡା, ଗଜପତି, ଗଂଜାମ ଓ କନ୍ଧମାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୧୬ରେ କନ୍ଧମାଳ, ଗଂଜାମ, ଗଜପତି , ରାୟଗଡା , କଳାହାଣ୍ଡି, କୋରାପୁଟ, ନବରଙ୍ଗପୁରରେ ପ୍ରବଳ ବର୍ଷା ଚେତାବନୀ ରହିଛି । ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ରହିଛି ।

ବିଭିନ୍ନ ମଡେଲର ଆକଳନ ଅନୁସାରେ ବଙ୍ଗୋପସାଗରରେ ଦ୍ୱିତୀୟ ଲଘୁଚାପ କ୍ଷେତ୍ର୧୯-୨୦ ଜୁଲାଇ ବେଳକୁ ସୃଷ୍ଟି ହୋଇପାରେ। ଏହି ଲଘୁଚାପ ପ୍ରଥମ ଲଘୁଚାପ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇ ଚିହ୍ନିତ ଲଘୁଚାପ କିମ୍ୱା ଅବପାତର ରୂପ ନେଇପାରେ । ୨୦ରୁ ୨୨ ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଉପକୂଳ ଓ ଦକ୍ଷିଣ ଓଡିଶାରେ ଅଧିକ ବର୍ଷା ହୋଇପାରେ । ଦୁଇ ଦୁଇଟି ଲଘୁଚାପ ବର୍ଷାରେ ରାଜ୍ୟରେ ନିଅଂଟିଆ ବର୍ଷା ଭରଣା ହେବ ବୋଲି ଆଶା କରାଯାଉଛି ।




Post a Comment

0 Comments
* Please Don't Spam Here. All the Comments are Reviewed by Admin.