Type Here to Get Search Results !

୧୨ ଜୁଲାଇ ରାଧାକୃଷ୍ଣ ମନ୍ଦିର ନିର୍ମାଣର ନିହଖୋଲା ଉତ୍ସବ, ନେପାଳର ଗଣ୍ଡୋକି ନଦୀରୁ ଆଣିବା ପାଇଁ ନିଷ୍ପତ୍ତି

 


ବ୍ରଜରାଜନଗର :-

ରାଧାକୃଷ୍ଣ ମନ୍ଦିର ସେଵା ଟ୍ରଷ୍ଟ  ଓ ରାଧାକୃଷ୍ଣ ଉନ୍ନୟନ ପରିଷଦର ମିଳିତ ଆନୁକୁଲ୍ୟରେ ଖଲିଆକାନୀ ଗ୍ରାମରେ ଆସନ୍ତା ଜୁଲାଇ ୧୨ ତାରିଖ ଶୁକ୍ରବାର ଦିନ ସକାଳ ୮ ଘଟିକା ସମୟରେ ରାଧାକୃଷ୍ଣ ମନ୍ଦିର ନିର୍ମାଣର ନିହଖୋଲା ଉତ୍ସବ ପାଳନ ହେବ । ଗ୍ରାମର ସର୍ବାଙ୍ଗୀନ ଉନ୍ନତି ତଥା ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ  ଦିର୍ଘ ୧୦୦ ବର୍ଷ ପୂର୍ବରୁ ପୂର୍ବପୁରୁଷ ମାନେ ସଂଗଠିତ ହିସାବରେ କାର୍ଯ୍ୟ କରି ଆସିଛନ୍ତି। ୧୯୬୧ ମସିହାରୁ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ମକର ଯାତ୍ରା ମହୋତ୍ସବ ଆରମ୍ଭ ହୋଇ ଆଜି ସୁଦ୍ଧା ୬୪ ତମ ମକର ମହୋତ୍ସବ ପାଳିତ ହୋଇ ଯାଇଛି। ଏହି ଯାତ୍ରା ମହୋତ୍ସବର ହରି ଓ ହର ଯଥାକ୍ରମେ ରାଜପୁର କଟାପାଲି ଗ୍ରାମ ଓ ହଂସାମୁରା କଟାପାଲି ଗ୍ରାମରୁ ବିରାଜମାନ କରିଆସୁଛନ୍ତି। ଏହି ଅବସରରେ ଗ୍ରାମର ଖଲିଆକାନୀ ସ୍ପୋର୍ଟ ଷ୍ଟାଡିୟମରେ ଖେଳାଳି ମାନଙ୍କ ବିଶ୍ରାମ କକ୍ଷ, ଗାଲେରୀ ସହିତ ଖାଇବା ଗୃହ, ରାଧାକୃଷ୍ଣ ମଣ୍ଡପ, ନୂତନ ଯଜ୍ଞ ମଣ୍ଡପ ସହିତ ସାର୍ବଜନୀନ ବ୍ୟବହାର ପାଇଁ ୨ କୋଟି ଟଙ୍କାର କଲ୍ୟାଣ ମଣ୍ଡପ, ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ, ଶିଶୁ ଉଦ୍ୟାନ, ବଡଦେଓ ପାଠାଗାର, ୮ କୋଟି ଟଙ୍କାର ଖଲିଆକାନୀ ଗ୍ରାମ ରାସ୍ତାର ଆଧୁନିକରଣ, ଆଦି ରାଧାକୃଷ୍ଣ ଉନ୍ନୟନ ପରିଷଦ ସଂଯୋଜନାରେ ହୋଇ ପାରିଛି। ସେହିପରି ଭାବେ ନାମଯଜ୍ଞ ସହିତ ଦୀପ କଳସ ମହାଯଜ୍ଞ ୨୦୦୯ ମସିହାରୁ ଆରମ୍ଭ ହୋଇଥିଲା। ଏହି ନାମଯଜ୍ଞର ପୂର୍ଣ୍ଣ କଳସ ଭାରତ ବର୍ଷର ଗଙ୍ଗା ନଦୀ ଠାରୁ ଆରମ୍ଭ କରି ବିଭିନ୍ନ ନଦୀରୁ ଶତାଧିକ କଳସ ଭକ୍ତ ମାନେ ଆଣିଛନ୍ତି। ଆଜିସୁଦ୍ଧା ଦ୍ୱାଦଶ ଦୀପ କଳସ ମହାଯଜ୍ଞ ସମାପନ ହୋଇଛି। ଆସନ୍ତା ବର୍ଷ ପାଇଁ ତ୍ରୟୋଦଶ ଦୀପ କଳସ ମହାଯଜ୍ଞର ପୂର୍ଣ୍ଣ କଳସ ନେପାଳର ଗଣ୍ଡୋକି ନଦୀରୁ ଆଣିବା ସ୍ଥିର ହୋଇଛି। ଆସନ୍ତା ଜୁଲାଇ ୧୨ ତାରିଖ ଦିନ ରାଧାକୃଷ୍ଣ ମନ୍ଦିର ନିର୍ମାଣର ନିହଖୋଲା ଉତ୍ସବ ପାଳନ ହେବ। ଗ୍ରାମ ତଥା ଅଞ୍ଚଳରେ ପ୍ରଥମ କରି ଖଲିଆକାନୀରେ ସହେ ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ରାଧାକୃଷ୍ଣ ମନ୍ଦିର ନିର୍ମାଣ ହେବା ପାଇଁ ଭବ୍ୟ ଆୟୋଜନ ହୋଇଛି। ଏଥି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ହୋଇଥିବା ବେଳେ ଗ୍ରାମର ପୁରୁଖା ଦେବୀ ମା’ ମୂଲ ଗୁଡି ଓ ପ୍ରଭୁ ଜଗନ୍ନାଥଙ୍କ ଠାରେ ପୂଜା ଅର୍ପଣ କରି ସୁରୁଖୁରୁରେ ମନ୍ଦିର ନିର୍ମାଣ ହେବା ପାଇଁ ଆମନ୍ତ୍ରିତ ହୋଇଛନ୍ତି। ଏହି ଆମନ୍ତ୍ରଣ ଉତ୍ସବରେ ମହେନ୍ଦ୍ର ନାଏକ, ଚୈତନ୍ୟ ପ୍ରଧାନ, ଉମେଶ ପ୍ରଧାନ, ଲଳିତା ପ୍ରଧାନ, ଭୋଦେବ ବିଶି, ନିରାକାର ପ୍ରଧାନ, ଜୟନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।



Post a Comment

0 Comments
* Please Don't Spam Here. All the Comments are Reviewed by Admin.