Type Here to Get Search Results !

ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି

                                                                                                                                                                
  


ପୁରୀ:-

ଚାରି ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇ ରଥାରୂଢ଼ ଦାରୁବ୍ରହ୍ମଙ୍କୁ ଦର୍ଶନ କରିବେ ମହାମହିମ। ଏଥିପାଇଁ ବ୍ଲୁ ବୁକ୍ ଆଧାରରେ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ସେ ପୁରୀ ରାଜଭବନରେ ରହିବାର କାର୍ଯ୍ୟକ୍ରମ ରହିଛି ।

ସୋମବାର ପୁଣି ଭୁବନେଶ୍ୱର ଫେରି ଉଦୟଗିରି ଗୁମ୍ଫା ପରିଦର୍ଶନ କରିବେ । ତା’ପରେ ବିଭୂତି କାନୁନଗୋ ହସ୍ତଶିଳ୍ପ ମହାବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବେ । ସେହିଦିନ ହରିଡାମଡା ଗାଁରେ ପ୍ରଜାପିତା ବ୍ରହ୍ମାକୁମାରୀଙ୍କ ଦିବ୍ୟ ରିଟ୍ରିଟ୍ କେନ୍ଦ୍ର ଉଦ୍ଘାଟନ କରିବା ସହ ‘ସ୍ଥାୟିତ୍ୱ ପାଇଁ ଜୀବନଶୈଳୀ’ ଅଭିଯାନ ଶୁଭାରମ୍ଭ କରିବେ । ମଙ୍ଗଳବରେ ନାଇଜର ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ଦିଲ୍ଲୀ ଫେରିଯିବେ ।



ସୂଚନା ମୁତାବକ, ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ବାୟୁ ସେନାର ସ୍ୱତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରରେ ଅବତରଣ କରିଥିଲେ ରାଷ୍ଟ୍ରପତି । ପ୍ରୋଟୋକଲ୍ ଅନୁସାରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମେୟର ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ । ବିମାନ ବନ୍ଦରରୁ ସିଧା ଜୟଦେବ ଭବନରେ ଆୟୋଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦେ୍ଧାତ୍ସବରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ସରିବା ପରେ ରାଜଭବନରେ ରାତ୍ରୀ ଯାପନ କରିଥିଲେ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.