Type Here to Get Search Results !

ଦରମାର ୫୦% ପେନ୍‌ସନ ପାଇବେ କେନ୍ଦ୍ର ସରକାରୀ କର୍ମଚାରୀ

 


                            

ନୂଆଦିଲ୍ଲୀ :-

ଆଗାମୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବାକୁ କିଛି ସପ୍ତାହ ବାକି ଥିବାବେଳେ ଜାତୀୟ ପେନ୍‌ସନ୍ ସିଷ୍ଟମ୍ (ଏନ୍‌ପିଏସ୍) ଅଧୀନରେ ଥିବା କେନ୍ଦ୍ର ସରକାରୀ କର୍ମଚାରୀ ଅନ୍ତିମ ବେତନର ୫୦% ପେନ୍‌ସନ ପାଇପାରନ୍ତି। ଏହା ପୂର୍ବରୁ ସରକାର ନିଶ୍ଚିତ କରିଛନ୍ତି ଯେ, ଯେଉଁମାନେ ୨୫-୩୦ ବର୍ଷ ପର୍ଯ୍ୟନ୍ତ ଏନ୍‌ପିଏସ୍‌ରେ ବିନିଯୋଗ କରିବେ, ବିଶେଷକରି ୨୦୦୪ ପରେ ନିଯୁକ୍ତ ବ୍ୟକ୍ତିଙ୍କ ପାଇଁ ଏନ୍‌ପିଏସ୍‌ ଆକର୍ଷଣୀୟ ରିଟର୍ଣ୍ଣ ପ୍ରଦାନ କରିବ।

ତେବେ ପୁରୁଣା ପେନ୍‌ସନ୍‌ ଯୋଜନା(ଓପିଏସ୍)କୁ ଫେରିବା ବିଚାରକୁ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। କେନ୍ଦ୍ର ସରକାରଙ୍କର କୌଣସି ଅବସର ପାଣ୍ଠି ନ ଥିବା ବେଳେ ଆଗାମୀ ବଜେଟରେ ସରକାର ଏକ ଅବସର ପାଣ୍ଠି ସୃଷ୍ଟି କରିପାରନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ପରେ ଅର୍ଥ ସଚିବ ଟି.ଭି ସୋମନାଥନଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ବିଶ୍ବସ୍ତରୀୟ ପେନ୍‌ସନ୍‌ ନୀତିକୁ ସମୀକ୍ଷା କରିବା ସହ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା କରାଯାଇଥିବା ପେନ୍‌ସନ୍‌ ସଂଶୋଧନ ଉପରେ ଦୃଷ୍ଟି ରଖିଛି।


ଯଦିଓ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏନ୍‌ପିଏସ୍‌ରୁ ୪୦-୪୫% ପେନ୍‌ସନ୍‌ ଦେବା ପାଇଁ ସରକାର ପ୍ରତିଶ୍ରୁତି ଦେଇପାରନ୍ତି, ଏହା କର୍ମଚାରୀଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ। ତେଣୁ ୫୦% ପେନ୍‌ସନ ପ୍ରତିଶ୍ରୁତି ଉପରେ ସରକାର ବିଚାର କରିପାରନ୍ତି। ତେବେ ଏନ୍‌ପିଏସ୍‌ରୁ ପାଇବାକୁ ଥିବା ପେନ୍‌ସନ୍‌ ଯଦି ୫୦% ନ ହୁଏ ତେବେ ଆବଶ୍ୟକ ଅଭାବକୁ ସରକାର ପୂରଣ କରିବେ। ଏନ୍‌ପିଏସ୍‌ ହେଉଛି ଏକ ଅବଦାନ ଯୋଜନା, ଯେଉଁଠାରେ ସରକାରୀ କର୍ମଚାରୀ ସେମାନଙ୍କ ମୌଳିକ ବେତନର ୧୦% ଯୋଗଦାନ କରନ୍ତି ଏବଂ ସରକାର ମଧ୍ୟ ୧୪% ଯୋଗଦାନ କରନ୍ତି।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.