ବାଣୀ କ୍ଷେତ୍ର ଝଙ୍କଡ଼ ଶାରଳାପୀଠ କନକପୁର ସ୍ଥିତ ସାରଦା ଏକାଡେମୀ , ମା ସାରଳା ଇକୋ କ୍ଲବ୍ ତରଫରୁ, ଶିକ୍ଷା ଶପଥ ସପ୍ତାହ ପାଳନ ଉପଲକ୍ଷେ, ଶତାଧିକ ଛାତ୍ର ଛାତ୍ରୀ ମାନଙ୍କର ଏକ ସଚେତନ ଶୋଭାଯାତ୍ରା , ଗତ ଶନିବାର ପୂର୍ବାହ୍ନ ରେ, ଏକାଡେମୀ ପରିସର ରୁ ବାହାରି , ସାରଳାମନ୍ଦିର, କନକପୁର ଶାସନ , ସାରଳାହାଟ, କନକପୁର ଦେଉଳି ଓ କୁଟିଳ ଗ୍ରାମ ଦୟାଲ ପୁର ଆଦି ଜନବସତି ପରିକ୍ରମା କରିଥିବାର ଦେଖିବାକୁ ମିଳିଥିଲା। ବୃକ୍ଷ ରୋପଣ ର ଉପାଦେୟତା ଓ ଆବଶ୍ୟକତା ଉପରେ ବିଭିନ୍ନ ସ୍ଲୋଗାନ ଦେଇ, ପରିବେଶ ସୁରକ୍ଷା ପାଇଁ, ସଚେତନ ହେବାପାଇଁ ଏହି ଶୋଭାଯାତ୍ରାରେ ଆହ୍ଵାନ ଦିଆଯାଇଥିଲା । ଏକାଡେମୀ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସରୋଜ କୁମାର ମହାନ୍ତି, ଇକୋ କ୍ଳବ୍ ଶିକ୍ଷକ ମାନସ କୁମାର ପୃଷ୍ଟି , କ୍ରୀଡାଶିକ୍ଷକ ଅନୁଜ ସ୍ବପ୍ନଜିତ୍ ନାୟକ ସମେତ ସହକାରୀ ଶିକ୍ଷକ ଦୀପକ କୁମାର ସ୍ଵାଇଁ , ଅଶ୍ରୁମୋଚନ ବେହେରା, ବିମଳ ପ୍ରସାଦ ପାଣିଗ୍ରାହୀ, ଶିକ୍ଷୟତ୍ରୀ ଅନିନ୍ଦିତା ମିଶ୍ର , ଲିପିଶ୍ରୀ ସାହୁ ପ୍ରମୁଖ ଏହି ସଚେତନତା ଅଭିଯାନ କୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ।ଜଗତସିଂହପୁର ତିର୍ତୋଲ ରୁ କୈଳାସ ବେହେରା ଙ୍କ ରିପୋର୍ଟ TRO24News

