ଆଜି ଲୋକସଭାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅବସରରେ ଗୃହରେ ପ୍ରଧାନମନ୍ତ୍ରୀ କହିବେ। ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ କେନ୍ଦ୍ର ସରକାରଙ୍କୁ କଡ଼ା ହମଲା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଏହାର ଜବାବ ରଖିବେ।
ଅନୁମାନ କରାଯାଉଛି ଆଜି ସରଗରମ ହେବ ଲୋକସଭା।
ସୂଚନା ଅନୁଯାୟୀ ବିଜେପି ଏବଂ ସହଯୋଗୀ ଦଳର ସମସ୍ତ ସାଂସଦଙ୍କୁ ଏହି ବୈଠକରେ ଯୋଗ ଦେବା ପାଇଁ କୁହାଯାଇଛି। ଗତକାଲି ରାହୁଲ ଗାନ୍ଧି ଅଗ୍ନିବୀର, ନିଟ୍ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ। ତା'ସହ ରାହୁଲଙ୍କ ‘ହିନ୍ଦୁ ହିଂସା’ ବୟାନକୁ ନେଇ ଲୋକସଭାରେ ଝଡ଼ ସୃଷ୍ଟି ହୋଇଛି।AB

.jpeg)
