Type Here to Get Search Results !

ତୁଳସୀ କ୍ଷେତ୍ରରେ ପ୍ରଭୁ ବଳଦେବଜୀଉଙ୍କର ଚାଲିଛି ସ୍ନାନଯାତ୍ରା, ଘଣ୍ଟଘଣ୍ଟା ନାଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ

 



କେନ୍ଦ୍ରାପଡ଼ା -:

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉ ଆଜି ସ୍ନାନମଣ୍ଡପରେ ବିଜେ କରିବେ। ସ୍ନାନ ମଣ୍ଡପରେ ଶ୍ରୀଜିଉମାନଙ୍କର ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀଜିଉଙ୍କୁ ପହଣ୍ଡି ବିଜେ କରାଯାଇ ସ୍ନାନମଣ୍ଡପକୁ ନିଆଯାଉଛି। ଘଣ୍ଟଘଣ୍ଟା, ଶଙ୍ଖଧ୍ଵନି, ହରିବୋଲ, ହୁଳହୁଳି ନାଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଛି।

ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଏହି ଦିବ୍ୟ ଦର୍ଶନ ପାଇଁ ଚାହିଁ ରହିଛନ୍ତି। ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।


ତେବେ ଶ୍ରୀଜିଉମାନେ ସ୍ନାନମଣ୍ଡପରେ ବିଜେ ହେବାପରେ ଜୟ ମଙ୍ଗଳା ଆଳତୀ, ନୀତି ସ୍ନାନ, ବଲ୍ଲବ ମଣୋହି, ମଙ୍ଗଳାର୍ପଣ ଇତ୍ୟାଦି କରାଯିବ। ଆଜି ଶ୍ରୀ ବଳଦେବଜୀଉଙ୍କ ଗଜ ବଦନ ବେଶ ଅନୁଷ୍ଠିତ ହେବ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.