Type Here to Get Search Results !

ଆକ୍ସନ ମୋଡ୍‌ରେ ସରକାର, ପୋଲିସ୍‌ର ଏନ୍‌କାଉଣ୍ଟର


ନୂଆଦିଲ୍ଲୀ

ଉତ୍ତର ପ୍ରଦେଶର ଜୈନପୁରରେ ପୋଲିସ ଠିକ୍‌ ନିର୍ବାଚନ ଫଳ ପ୍ରକାଶ ପାଇବାର ପରଦିନ ଆକ୍ସନ ମୋଡ୍‌କୁ ଆସିଛି। ମୋଷ୍ଟ୍‌ ୱାଣ୍ଟେଡ୍‌ ଅପରାଧୀ ପ୍ରଶାନ୍ତ ସିଂକୁ ଏନ୍‌କାଉଣ୍ଟର କରିଛି। ମଙ୍ଗଳବାର ବିଳମ଼୍ବିତ ରାତିରେ ପୋଲିସ୍‌ ଏବଂ ଅପରାଧୀ ପ୍ରଶାନ୍ତ ଓରଫ୍‌ ପ୍ରିନ୍ସ ମଧ୍ୟରେ ଗୁଳି ଚାଳନା ହୋଇଥିଲା । ଏଥିରେ ପ୍ରଶାନ୍ତର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ପ୍ରଶାନ୍ତ ନାମରେ ହତ୍ୟା ଏବଂ ଡକାୟତି ଭଳି ୪୦ରୁ ଅଧିକ ମମାଲା ରହିଛି। ସେ ଲମ଼୍ବା ସମୟ ଧରି ଫେରାର ରହିଥିଲା । ଏନ୍‌କାଉଣ୍ଟର ପରେ ପୋଲିସ ତା ନିଟକରୁ ଏକ ବାଇକ୍‌ ଜବତ କରିଛି।
ୟୁପିରେ ଲୋକସଭା ନିର୍ବାଚନ ସରୁସରୁ ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ଯୋଗୀ ସରକାର ଲଗାତାର ଅପରାଧୀଙ୍କ ବିରୋଧରେ କଡ଼ା ଆକ୍ସନ ନେଉଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.