Type Here to Get Search Results !

ନିର୍ବାଚନ ପୂର୍ବରୁ ବ୍ରିଟିଶ ପାର୍ଲାମେଣ୍ଟ ଭଙ୍ଗ: ଜୁଲାଇ ୪ରେ ନିର୍ବାଚନ

 






ଲଣ୍ଡନ:-

 ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ ହେବାକୁ ଯାଉଥିଲା ବେଳେ ଗୁରୁବାର ପାର୍ଲାମେଣ୍ଟକୁ ଭଙ୍ଗ କରାଯାଇଛି। ଏଥିସହ ୫ ସପ୍ତାହ ପ୍ରଚାର ସମୟ ଆରମ୍ଭ ହୋଇଛି। ଆଗାମୀ ନିର୍ବାଚନରେ କଞ୍ଜରଭେଟିଭ୍‌ ପାର୍ଟିକୁ ହରାଇ ଲେବର ପାର୍ଟି ୧୪ ବର୍ଷ ପରେ କ୍ଷମତାକୁ ଫେରିବା ଆଶା କରାଯାଉଛି।

ଘଣ୍ଟାର ମିନିଟ୍‌ କଣ୍ଟା ମଧ୍ୟରାତ୍ରର ଗୋଟିଏ ମିନିଟ୍‌ ପୂର୍ବରେ ଥିବାବେଳେ ପାର୍ଲାମେଣ୍ଟର ସମସ୍ତ ୬୫୦ ଆସନ ଖାଲି ହୋଇଯାଇଥିଲା। ଫଳରେ ଆନୁଷ୍ଠାନିକ ଭାବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। କଞ୍ଜରଭେଟିଭ୍‌ ପାର୍ଟିରେ ମତଭେଦ ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ଗତ ସପ୍ତାହରେ ପାର୍ଲାମେଣ୍ଟ ନିର୍ବାଚନ ଘୋଷଣା କରିଥିଲେ। ପ୍ରବଳ ବର୍ଷା ସମୟରେ ନିର୍ବାଚନ ହେବାକୁ ଯାଉଥିବାରୁ ପ୍ରାର୍ଥୀମାନେ ପ୍ରଚାରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ବୋଲି କୁହାଯାଉଛି।

ସୁନକଙ୍କ ଦଳ ଲୋକପ୍ରିୟତା ହରାଇଥିବା ବେଳେ ପୂର୍ବତନ ମାନବାଧିକାର ଆଇନଜୀବୀ କେଇର୍‌ ଷ୍ଟାରମେରଙ୍କ ନେତୃତ୍ୱରେ ଲେବର ପାର୍ଟି ଏହାର ସୁଯୋଗ ନେଇ କ୍ଷମତା ଦଖଲ କରିବାକୁ ଯାଉଥିବା ଆଶା କରାଯାଉଛି। କଞ୍ଜରଭେଟିଭ୍‌ ପାର୍ଟିର ଲୋକପ୍ରିୟତା କେବଳ ହ୍ରାସ ପାଇନାହିଁ, ଏହାର ୭୭ ଜଣ ଏମ୍‌ପିଙ୍କ ସମେତ ମୋଟ ୧୨୯ ଏମ୍‌ପି ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.