Type Here to Get Search Results !

ବୁଥ ଭିତରୁ ମତ ଦାନର ଭିଡିଓ ଭାଇରାଲ

 


ଚମ୍ପୁଆ :- 

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ବାଚନ ହେଉଥିବା ବୁଥର ଭୋଟିଂ କମ୍ପାଟମେଣ୍ଟ ଭିତରକୁ ମୋବାଇଲ ନେଇ ଯିବା ନିଷେଧ ଥିବା ବେଳେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଏକ ବୁଥରେ ଜଣେ ବ୍ୟକ୍ତି ମତଦାନ ଦେଉଥିବାର ଏକ ଭିଡିଓ ଏବେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି। ତେବେ ଏଇଠି ପ୍ରଶ୍ନ ଉଠୁଛି ଭୋଟିଂ କମ୍ପାଟମେଣ୍ଟ ଭିତରକୁ ମୋବାଇଲ ନେଇ ଯିବା ମନା ଥିବା ସତ୍ତ୍ବେ ଜଣେ ବ୍ୟକ୍ତି କମ୍ପାଟମେଣ୍ଟ ଭିତରକୁ କିପରି ମୋବାଇଲ ନେଇ ଯାଇ ପାରିଲେ। ବ୍ୟାପକ କଟକଣା, ସିସିଟିଭି କ୍ୟାମେରା ରେ ନିରୀକ୍ଷଣ, ନିର୍ବାଚନ ଦାୟିତ୍ୱ ରେ ଥିବା ଅଧିକାରୀ ଓ ସୁରକ୍ଷା ପାଇଁ ନିୟୋଜିତ ପୋଲିସ କର୍ମୀ ଙ୍କ ଉପସ୍ଥିତି ରେ ଜଣେ ବ୍ୟକ୍ତି କିପରି ଭାବରେ ଅନାୟାସ ରେ ବୁଥ ଭିତରକୁ ମୋବାଇଲ ନେଇ ସେ ମତ ଦାନ କରୁଥିବାର ଭିଡିଓ ଉତ୍ତୋଳନ କରି ପାରିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ଦେଖନ୍ତୁ ଏହି ଭିଡିଓ....


ତେବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ର କିଛି ବୁଥ ରେ ଭୋଟିଂ କମ୍ପାଟମେଣ୍ଟ ଭିତରେ ରହିଥିବା ବିଭିନ୍ନ ରାଜନୈତିକ ଦଳର ପୋଲିଂ ଏଜେଣ୍ଟ ମାନେ ନିଜ ପାଖରେ ମୋବାଇଲ ରଖି ଥିବା ଦେଖା ଯାଇଥିବା ବେଳେ ଏହି ଭିଡିଓ କୌଣସି ପୋଲିଂ ଏଜେଣ୍ଟଙ୍କ ଦ୍ଵାରା ଉତ୍ତୋଳନ କରାଯାଇଛି ବା କେହି ଜଣେ ଭୋଟର ଙ୍କ ଦ୍ଵାରା ଉତ୍ତୋଳନ କରାଯାଇଛି ତାହା ଜଣା ପଡି ନାହିଁ। ତେବେ ଏକଥା ସ୍ପଷ୍ଟ ଯେ ପୋଲିଂ ବୁଥ ଭିତରକୁ ମୋବାଇଲ ନେବା ନେଇ ପ୍ରିୟା ପ୍ରୀତି ତୋଷଣ କରା ଯାଉଛି। ସମସ୍ତ ଭୋଟର ମାନଙ୍କୁ ପୋଲିଂ ବୁଥ ର ଭୋଟିଂ କମ୍ପାଟମେଣ୍ଟ ଭିତରକୁ ମୋବାଇଲ ନେଇ ଯିବାକୁ ବାରଣ କରା ଯାଉଥିବା ବେଳେ ଜଣେ ବ୍ୟକ୍ତି କିପରି ଭୋଟିଂ କମ୍ପାଟମେଣ୍ଟ ଭିତରକୁ ମୋବାଇଲ ନେଇ ଯାଇ ପାରିଲେ ତାହା ତଦନ୍ତ ସପେକ୍ଷ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.