Type Here to Get Search Results !

ମହା ଶିବରାତ୍ରି ଉପଲକ୍ଷେ ଶୈବପୀଠ ଚଳଚଞ୍ଚଳ

 


ବେଲଗୁଣ୍ଠା :-

ଶୁକ୍ରବାର ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହେବା ସହିତ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା। ବ୍ଳକ୍ ର ଗାଙ୍ଗପୁର ସ୍ଥିତ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିର, ବୋରୀର ସିଦ୍ଧେଶ୍ଵର ମନ୍ଦିର, ପାଲକଷଣ୍ଢାର ନୀଳକଣ୍ଠେଶ୍ୱର ମନ୍ଦିର, କେ.ନୂଆଗଡ଼ର ଗୁପ୍ତେଶ୍ୱର ମନ୍ଦିର, ଗୋବରାର ଶ୍ରୀ ଶ୍ରୀ କପିଳେଶ୍ଵର ମନ୍ଦିର,ବେଲଗୁଣ୍ଠାର ବାଲୁଙ୍କେଶ୍ୱର ମନ୍ଦିର ସମେତ ବଡ଼ ସାଦରା ,ଖଇରପୁଟି, ଇନ୍ଦନପୁର, ସିଂହମର୍ଦ୍ଦନ, କ୍ଷତ୍ରିୟବରପୁର, ନୂଆଁପଡ଼ା,ନାୟକପଡ଼ାର ବୈଦ୍ୟନାଥ, ଗୋଲାପଡ଼ାର ସ୍ଵପ୍ନେଶ୍ଵର ଆଦି ଶିବ ମନ୍ଦିରରେ ସକାଳୁ ସକାଳୁ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା। ମନ୍ଦିର ଗୁଡିକରେ ଭୋର୍ ରୁ ନୀତିକାନ୍ତି ସହିତ ଦେବ ଦେବଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ସମୟ ବଢିବା ସହିତ ଗହଳି ମଧ୍ୟ ବଢ଼ିଥିଲା। ମନ୍ଦିର ଗୁଡ଼ିକ ସମ୍ମୁଖରେ ପଳାଶଫୁଲ ,ବେଲପତ୍ର, ଦୀପ ଭଳି ପୂଜାସାମଗ୍ରୀ ସହିତ ଛୋଟପିଲାଙ୍କ ପାଇଁ ଖେଳନା ସାମଗ୍ରୀର ବେପାର ବେଶ୍ ଜମିଥିଲା। ସନ୍ଧ୍ୟା ସମୟରେ ମନ୍ଦିର ଗୁଡ଼ିକ ଆଲୋକମାଳାରେ ଝଲସିବା ସହିତ ମନ୍ଦିର ପରିସରରେ ଶହ ଶହ ଭକ୍ତ ଜାଗର ଦୀପ ଜାଳି ବସିଥିଲେ। ମନ୍ଦିର ଗୁଡ଼ିକରେ ଭଜନ,କୀର୍ତ୍ତନ ,ଅଷ୍ଟପ୍ରହରୀ ଅନୁଷ୍ଠିତ ହୋଇଥିବା ବେଳେ ମନ୍ଦିର ଗୁଡିକରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଗୋବରାର ଉଗ୍ରେଶ୍ୱର ମନ୍ଦିର, ନୂଆଁଗଡ଼ର ଗୁପ୍ତେଶ୍ୱର ମନ୍ଦିରରେ ଅଷ୍ଟପ୍ରହରୀ ଆରମ୍ଭ ହୋଇଥିବା ବେଳେ ବେଲଗୁଣ୍ଠା ନିକଟସ୍ଥ ଉଢୁରା ନୂଆଁ ସାହି ତରଫରୁ ଗ୍ରାମରେ ଚବିଶି ପ୍ରହର ଅଖଣ୍ଡ ନାମ ଯଜ୍ଞ ଆରମ୍ଭ ହୋଇଛି।ମଧ୍ୟ ରାତ୍ରିରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି। ମହା ଶିବରାତ୍ରି ଉପଲକ୍ଷେ ଶନିବାର ଗାଙ୍ଗପୁର ଗ୍ରାମରେ ଦୁଇ ପୁଞ୍ଜା ରାମାୟଣ ନାଟକ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି। ବେଲଗୁଣ୍ଠା ରୁ ମନୋରଞ୍ଜନ ମହାରଣା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.