Type Here to Get Search Results !

କାର୍ଯ୍ୟକାରୀ ହେଉନାହିଁ କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ : ଜାତୀୟ ରାଜପଥ କଡ଼ରେ ଅଟକି ରହୁଛି ଭାରି ଯାନ

 


କେନ୍ଦୁଝର :-

କେନ୍ଦୁଝର ଜିଲ୍ଲା ଏକ ଖଣି ଖାଦାନ ଭରା ଜିଲ୍ଲା ହୋଇଥିବା ଯୋଗୁଁ କେନ୍ଦୁଝର ଜିଲ୍ଲା ର ବିଭିନ୍ନ ଜାତୀୟ ରାଜପଥ ଦେଇ ଦୈନିକ ହଜାର ହଜାର ଆଇରନ ବୋଝେଇ ଟ୍ରକ ଯିବା ଆସିବା କରନ୍ତି। ତେବେ ଅଧିକାଂଶ ସମୟରେ ଏହି ଆଇରନ ବୋଝେଇ ଟ୍ରକ ଗୁଡିକ ନିଜ ଗନ୍ତ୍ବବ୍ୟ ପଥରେ ଯାଉଥିବା ସମୟରେ ଜାତୀୟ ରାଜ ପଥ ଉପରେ ଟ୍ରକ ଗୁଡ଼ିକୁ ଛିଡା କରି ଡ୍ରାଇଭର ମାନେ ବିଶ୍ରାମ କରୁଥିବା ଦେଖିବାକୁ ମିଳେ। ତେବେ ଆଇରନ ବୋଝେଇ ଟ୍ରକ ଚଳାଉ ଥିବା ଡ୍ରାଇଭର ମାନେ ସାଧାରଣତଃ ଜାତୀୟ ରାଜପଥ ନିକଟରେ ଥିବା ଢ଼ାବା ଓ ଚା ପାନ ଦୋକାନ ନିକଟରେ ଟ୍ରକ ଗୁଡ଼ିକୁ ରାସ୍ତା ଉପରେ ଛିଡା କରିଥାନ୍ତି। ତେବେ ଟ୍ରକ ଗୁଡିକ ସେମାନଙ୍କ ପାଇଁ ସୂଚିତ କରାଯାଇଥିବା ପାର୍କିଂ ସ୍ଥଳରେ ଛିଡା ନ ହୋଇ ଜାତୀୟ ରାଜ ପଥ କଡ଼ରେ ଛିଡା ହେବା ଦ୍ବାରା ରାସ୍ତା ଅବରୋଧ ହେବା ସହିତ ଦୁର୍ଘଟଣା ହୋଇ ଅନେକ ମୂଲ୍ୟବାନ ଜୀବନ ଅକାଳରେ ଝଡି ପଡ଼ିବା ଏକ ଦୈନଦିନ ଘଟଣା ରେ ପରିଣତ ହୋଇ ଯାଇଛି। ଏହାକୁ ଦୃଷ୍ଟି ରେ ରଖି କେନ୍ଦୁଝର ଜିଲ୍ଲାପାଳ ତଥା ଚେୟାରମେନ କେନ୍ଦୁଝର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଙ୍କ ପତ୍ର ସଂଖ୍ୟା ୭୧୬ ତା ୨୪.୦୨.୨୦୨୪ ରିଖ ରେ କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଭିଶାଳ ସିଂହଙ୍କ ଏନଏଚ ୨୦ ର ରାମଚନ୍ଦ୍ରପୁର ଠାରୁ ରିମୁଳି- ଚମ୍ପୁଆ, ଏନଏଚ ୪୯ ର ତୁରୁମୁଙ୍ଗା ଠାରୁ ବିନ୍ଝବାଳ, ଏନଏଚ ୫୨୦ ର ରିମୁଳି ଠାରୁ ରୁଗୁଡ଼ି, ଏନଏଚ ୨୨୦ ର ଢେଙ୍କିକୋଟେ ଠାରୁ ପାଟଣା - ସାହାରପଡା, ଏକ୍ସପ୍ରେସ ୱେ -୧ ର ନରଣପୁର ଠାରୁ ବ୍ରାହ୍ମଣୀପାଳ, ଏକ୍ସପ୍ରେସ ୱେ - ୨ ର ରଣାଶାଳ ଘାଟି - ଯୋଡ଼ା - ବାମେବାରୀ- ପଳାଶପଙ୍ଗା ପର୍ଯ୍ୟନ୍ତ ରାସ୍ତା ରେ କୌଣସି ଭାରି ମାଲ ବୋଝେଇ ଟ୍ରକ ଛିଡା ହୋଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି।



ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମାକୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପାଳନ କରୁ ନ ଥିବା ଦୃଷ୍ଟି ଗୋଚର ହେଉଛି। ରିମୁଳି ଠାରୁ ରୁଗୁଡି ପର୍ଯ୍ୟନ୍ତ ଓ ଝୁମ୍ପୁଆ ଠାରୁ ଚମ୍ପୁଆ ପର୍ୟ୍ୟନ୍ତ ରାସ୍ତା ର ଉଭୟ ପାର୍ଶ୍ଵ ରେ ଭାରି ଯାନ ବାହନ ଗୁଡିକ ଛିଡା ହୋଇ ରହୁଥିବା ଏକ ସାଧାରଣ ଘଟଣା ହୋଇଗଲାଣି। ଏହା ଦ୍ବାରା ଉକ୍ତ ରାସ୍ତାରେ ସାଧାରଣ ଲୋକେ ଯିବା ଆସିବା କରିବା ପାଇଁ ଅସୁବିଧାର ସମ୍ମୁଖୀନ ଦେଉଥିବା ସହିତ ଦୁର୍ଘଟଣା ଘଟି ଜନ ଜୀବନ ହାନୀ ହେବାର ସମ୍ଭାବନା ଦେଖା ଦେଇଛି। କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ ଚମ୍ପୁଆ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଜନ ସାଧାରଣ ରେ ଦାବି ହେଉଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.