Type Here to Get Search Results !

ଡାକ୍ତର ସଞ୍ଜୟ ଦାସଙ୍କ ସଂଯୋଜନାରେ ପଞ୍ଚାୟତ ସ୍ତରୀୟ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

 


ଧାମନଗର :-

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନରେ ଥିବା ସରେଇ ଚୂଡ଼ାକୁଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଭଦ୍ରକ ଜିଲ୍ଲା ସଂଯୋଜକ ତଥା ସମାଜସେବୀ ଡାକ୍ତର ସଞ୍ଜୟ ଦାସଙ୍କ ପ୍ରଚେଷ୍ଟାରେ ଏକ ପଞ୍ଚାୟତ ସ୍ତରୀୟ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା.ରୋଗକୁ ଆମର ଡ଼ର ନାହିଁ,ବିପଦକୁ ଆଉ ଭୟ ନାହିଁ,ତାଙ୍କରି ସାହାସରେ ଯିବୁ ଆଗେଇ,ଆମ ପାଇଁ ବଡ଼ ଶକ୍ତି ଆମ ସଞ୍ଜୟ ଭାଇ ବୋଲି ନାରା ପକାଇ ସ୍ଥାନୀୟ ଲୋକମାନେ ଡାକ୍ତର ସଞ୍ଜୟ ଦାସଙ୍କୁ ସ୍ୱାଗତ ଜଣାଇଥିଲେ ପରେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଗ୍ରାମାଞ୍ଚଳରେ ରୋଗୀ ମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା.ଧାମନଗର ବ୍ଲକ ଚୂଡ଼ାକୁଟି ପଞ୍ଚାୟତରେ ସମସ୍ତଙ୍କ ପ୍ରିୟ ଡାକ୍ତର ସଞ୍ଜୟ ଦାସଙ୍କ ସଂଯୋଜନାରେ ପଞ୍ଚାୟତ ସ୍ତରୀୟ ସ୍ୱାସ୍ଥ୍ୟ ଶିବିରକୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କସ୍ତୁରୀ ବିଶ୍ୱାଳ ଓ ସମିତି ସଭ୍ୟ ଜ୍ଞାନରଞ୍ଜନ ମହାକୁଡ଼ ସମେତ ସ୍ଥାନୀୟ ନେତୃମଣ୍ଡଳୀ ପରିଚାଳନା କରିଥିଲେ.ଏହି ଶିବିରରେ ଅନେକ  ରୋଗୀ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରାଇ ମାଗଣାରେ ମେଡିସିନ ନେବା ସହ ଡାକ୍ତର ସଞ୍ଜୟ ଦାସ ଙ୍କୁ ଧନ୍ୟବାଦ ଜଣାଇଥିଲେ.ଏହି ଶିବିରରେ ଧାମନଗର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ ନାୟକ ଯୋଗ ଦେଇ ସ୍ଥାନୀୟ ଲୋକଙ୍କୁ ଉତ୍ସାହିତ କରିବା ସହିତ ଶାନ୍ତିଶୃଙ୍ଖଳାର ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ନିବେଦନ କରିଥିଲେ.ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.