Type Here to Get Search Results !

ଜୁଆ ଆଡ୍ଡା ଉପରେ ଲଇକେରା ପୋଲିସର ରେଡ୍



ଲଇକେରା :-
ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅଞ୍ଚଳରେ ସମ୍ପୂର୍ଣ୍ଣ ଭାବେ ଜୁଆ ଖେଳକୁ ବନ୍ଦ କରିବା ପାଇଁ ଝାରସୁଗୁଡ଼ା ଏସପିଙ୍କ ନିର୍ଦ୍ଦେଶକ୍ରମେ ଲଇକେରା ଥାନା ଅଧିକାରୀ ଶ୍ରୀମାନ ଦିଲିପ କୁମାର ବେହେରା ଜୁଆ ଆଡ୍ଡା ଉପରେ ଚଢ଼ଉ କରି ଜୁଆଡିଙ୍କ ସମେତ ବ୍ୟବହୃତ ଜିନିଷ ଓ ଟଙ୍କା ଜବତ କରାଯାଇଛିା । ରବିବାର ସଂଧ୍ୟାରେ ଲଇକେରା ଥାନା ଅଧିକାରୀ ଶ୍ରୀମାନ ଦିଲିପ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଏକ ପୋଲିସ ଟିମ୍ ଗୈାରୀବୁଡ ରାସ୍ତାର ବ୍ରିଜ ନିକଟରେ ଥିବା ଆମ୍ବ ବଗିଚାରେ ଜୁଆ ଖେଳ ହେଉଥିବା ସୂଚନା ପାଇ ରେଡ୍ ମାରିଥିଲେ । ଜୁଆ ଖେଳ ପାଇଁ ବିଧିବଦ୍ଧ ଭାବେ ପ୍ରସ୍ତୁତ ହେଉଥିବାବେଳେ ୯ ଜଣ ଜୁଆଡିଙ୍କୁ ପୋଲିସ ମାଡ଼ିବସିବା ସହିତ ସେମାନଙ୍କଠାରୁ ନଗଦ ୧୪ ହଜାର ଟଙ୍କା ଓ ତାସପଟି ସହ ୪ଟି ମଟରସାଇକେଲ ଜବତ କରାଯାଇଛିା । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ (ଲଇକେରା)  ପାନପାଲି ଗ୍ରାମର ସୁରେଶ ଜୟପୁରିଆ, ସାହାସପୁର ଗ୍ରାମର ସୁଶାନ୍ତ ଲେହେରି,ବିଶିକେଶନ କିଶନ, ରେଙ୍ଗାଲି ଗ୍ରାମର ସୁକଦେବ ସାହୁ, ରେଙ୍ଗାଲବେଡା ଗ୍ରାମର ନକୁଳ ରଣା,ଅଇତାପାଲି ଗ୍ରାମର ନବୀନ ରୋହିଦାସ,ପାକେଲପଡା ଗ୍ରାମର ପ୍ରେମାନନ୍ଦ ସାହୁ  । ଏହାକୁ ନଜର ରଖି ଲଇକେରା ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରୀ ରଖିଥିବା ବୋଲି ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି  ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.