Type Here to Get Search Results !

ସୁରକ୍ଷା ଏଜେନ୍ସି କୁ ଧମକ ପୁର୍ଣ ଇମେଲ- ଯୁବକ ଗିରଫ

 


ବ୍ରଜରାଜନଗର :-

ଆଜି ବ୍ରଜରାଜନଗର ପୋଲିସ କୁ ମିଳିଛି ଏକ ବଡ଼ ସଫଳତା I ବ୍ରଜରାଜନଗର ଅଂଚଳର ଜୈନିକ ଯୁବକ ସୁରକ୍ଷା ଏଜେନ୍ସି କୁ ଧମକ ପୁର୍ଣ ଇମେଲ କରୁଥିବା ଅଭିଯୋଗ ଆସିଥିଲାI ୨୬/୧୧ ର ପୁଣି ପୁନରାବୃତି ହେବାକୁ ଦେଇଥିଲା ଧମକ  I ତେବେ ବ୍ରଜରାଜନଗର ପୋଲିସ ପକ୍ଷରୁ ଏହି ଅଭିଯୋଗ କୁ ଭିତ୍ତି କରି ଯୁବକ ଜଣକୁ ପଚରାଉଚୁରା କରାଯିବ ବେଳେ ଏଭଳି ଇମେଲ ସେ ନିଜେ ପଠେଇଥିବା କଥା ମାନିଥିବା ସହ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି I



 ତେବେ ଏହି ଇମେଲ ସେ କେବଳ ନିଜେ କରିଥିଲା ନ କାହା ପ୍ରରୋଚନା ରେ କରିଥିବା ଏ ନେଇ ତଦନ୍ତ ଚାଲିଥିବା ବ୍ରଜରାଜନଗର ପୋଲିସ ପକ୍ଷରୁ ସୂଚନା ମିଳିଛି I ବ୍ରଜରାଜନଗର ପୋଲିସ ତାଙ୍କୁ ଅଟକ ରଖି ବ୍ରଜରାଜନଗର Ps ମାମଲା ନଂ। 70/24 U / S 505/506 IPC r / w 66 (C) ଆଇଟି ଆକ୍ଟ ଏବଂ SDPO ବ୍ରଜରାଜନଗର ଏହି ମାମଲାର ତଦନ୍ତ ଦାୟିତ୍। ଗ୍ରହଣ କରିଥିଲେ I ଯଦି ଏହାର ନେଟୱର୍କ ଅଧିକ ଲମ୍ବା ଥିବା ତେବେ ଏହା ନିଶ୍ଚିତ ଦେଶର ସୁରକ୍ଷା ପାଇଁ ବିପଦ ସଂକେତ କହିଲେ ଅତ୍ୟୁକ୍ତି ହେବନାହିଁ I ବ୍ୟୁରୋ ରିପୋର୍ଟ  


Post a Comment

0 Comments
* Please Don't Spam Here. All the Comments are Reviewed by Admin.