ପିପିଲି :-
ସାତଶଙ୍ଖ ବଳଙ୍ଗା ପୂର୍ତ୍ତ ସଡ଼କ ମଧ୍ୟମ ଭୀମବଜାର ଛକର ଅନତି ଦୂରତା ବାଲିକପିଳେଶ୍ଵରରଙ୍କ ପାର୍ଶ୍ଵରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଅଛି। ଏହି ଦୁର୍ଘଟଣାରେ ଜଣେ ମହିଳା ଘଟଣା ସ୍ଥଳରେ ମୃତ୍ୟୁ ବରଣ କରି ଥିବା ବେଳେ ତାର ସ୍ୱାମୀ ଓ ଝିଅ ଗୁରୁତର ଆହତ ହୋଇ ଅଛି। ଟ୍ରକଟି ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ପଳାଇ ଯାଉ ଥିବା ବେଳେ ନିଜର ଭାରସାମ୍ୟ ହରାଇ ଦୁର୍ଘଟଣା ସ୍ଥଳ ଠାରୁ ପ୍ରାୟ 5 ସହ ମିଟର ନାଲିହଣା ପଣ୍ଡାସାହି ଠାରେ ରାସ୍ତା କଡ଼କୁ ଖସି ଯିବାରୁ ଡ୍ରାଇଭର ଗାଡି ଛାଡି ଫେରାର ହୋଇ ଯାଇଛି। ଟ୍ରକଟି ଏକ ଯାତ୍ରା ପାଟିର ବୋଲି ଜାଣିବାକୁ ମିଳି ଅଛି। ସୂଚନା ଅନୁଯାୟୀ ଏଜ ବାଇକ ଯୋଗେ ସ୍ୱାମୀ ସ୍ତ୍ରୀ ଓ ଝିଅ ବଳଙ୍ଗା ଠାରୁ ସାତଶଙ୍ଖ ଅଭିମୁଖେ ଆସୁ ଥିବା ବେଳେ ପଛପଟୁ ଆସୁଥିବା ଯାତ୍ରା ସ୍ବର୍ଣ୍ଣ ମନ୍ଦିର ପାଟିର ଟ୍ରକ ଯାହାର ନଂ ଓଆର -04-ଏମ -9127.ପଛ ପଟୁ ଦ୍ରୁତ ଗତିରେ ଆସି ଉକ୍ତ ପୂର୍ତ୍ତ ରାସ୍ତାର ଭୀମବଜାର ଛକର ଅନତି ଦୂରତା ମଧ୍ୟରେ ଥିବା ବାଲି କପିଳେଶ୍ଵର ଦେବଙ୍କ ପୀଠ ପାର୍ଶ୍ଵରେ ଶକ୍ତଧକା ଦେଇ ପ୍ରାୟ 50 ପୁଟ ପର୍ଯ୍ୟନ୍ତ ଘୋଷାଡ଼ି ନେଇ ବାଇକରେ ଥିବା ମହିଳାଙ୍କ ଉପରେ ଚକା ଚଢାଇ ଦେଇ ଥିଲା ଏବଂ ବାଇକରେ ଥିବା ବାପ ଓ ଝିଅ କୁ ପ୍ରାୟ 50 ଫୁଟ ଦୂରତାକୁ ଧକାରେ ଫୋପାଡ଼ି ଦେଇ ଟ୍ରକ ଚାଲାକ ଖସି ପଳାଇ ଯାଇ ଥିଲା। ଏହି ଦୁର୍ଘଟଣା ହେବା ଜାଣି ସ୍ଥାନୀୟ ଲୋକ ମାନେ ବଳଙ୍ଗା ଥାନାକୁ ଜଣାଇବାରେ ବଳଙ୍ଗା ଥାନା କର୍ମଚାରୀ ଓ ସ୍ଥାନୀୟ ଲୋକ ମାନେ ଆହତ ଦ୍ବୟଙ୍କୁ ଚିକିତ୍ସା ପାଇଁ ପଠାଇ ଥିଲେ ଓ ମୃତ ଶରୀରକୁ ମଧ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ। ପିପିଲି ରୁ ଦିବାକର ପ୍ରଧାନଙ୍କ ରିପୋର୍ଟ

