Type Here to Get Search Results !

ପିପୁଲସ ଫୋରମର ୩୩ତମ ବାର୍ଷିକ ଉତ୍ସବ ପାଳନ

 


ଝାରସୁଗୁଡା:-

ଝାରସୁଗୁଡା ଜିଲ୍ଲାରେ କଟାପାଲି ଠାରେ ଥିବା ମିଶନ ଆଶ୍ରା ସ୍ଥିତ ପିପୁଲସ ଫୋରମ ସ୍ବେତ୍ସାସେବୀ ଅନୁଷ୍ଠାନର ୩୩ତମ ବାର୍ଷିକ ଉତ୍ସବ ଖୁବ ଧୁମ ଧାମ ଓ ଆନନ୍ଦ ଉଲ୍ଲାସ ର ସହ ପାଳନ କରାଯାଇଥିଲା। ସକାଳେ ପିପୁଲସ ଫୋରମ ଦ୍ୱାରା ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରରେ ପିପୁଲସ ଫୋରମ ର କର୍ମଚାରୀ ଓ ଅନ୍ୟାନ୍ୟ ଜନସାଧାରଣ ମାନେ ରକ୍ତଦାନ କରିବା ସହ ମୋଟ ୧୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ଏହି ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡା ଜିଲ୍ଲା ର ଅତିରିକ୍ତ ଜିଲ୍ଲା ପାଳ ଶ୍ରୀଯୁକ୍ତ ଲଙ୍କେଶ୍ୱର ଅମାତ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସମାଜ ସୁରକ୍ଷା ଅଧିକରିଣୀ ଶ୍ରୀମତୀ ଗୋପଲଷ୍ମୀ ହୋତା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସନନ୍ଦ ମହାରଣା, ଅଧ୍ୟାପିକା ତଥା କବୟିତ୍ରୀ ଶ୍ରୀମତୀ ମନ୍ଦା କିନୀ ଶତପଥି, ଲଷ୍ମୀ ନାରାୟଣ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଝାରସୁଗୁଡା ଜିଲ୍ଲା ର ଅନ୍ୟାନ୍ୟ ସ୍ବେତ୍ସାସେବୀ ଅନୁଷ୍ଠାନ ମନେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ ଦେଇଥିଲେ।ଏହା ବ୍ୟତୀତ ପିପୁଲସ ଫୋରମ ର ପଶ୍ଚିମ ଓଡ଼ିଶା ଦ୍ୱାରା ପରିଚାଳିତ ସମସ୍ତ କେନ୍ଦ୍ର ମାନଙ୍କରୁ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।

ମୁଖ୍ୟ ଅତିଥି ମାନସିକ ବିକାର ଗ୍ରସ୍ତ ଲୋକମାନଙ୍କ ପାଇଁ ଏହି ଭଳି ନିରବଚ୍ଛିନ୍ନ ସେବା ପାଇଁ ସମସ୍ତ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ସହିତ ମାନବ ସେବାର ମହତ୍ଵ ବିଷୟରେ ଅବଗତ କରାଇଥିଲେ।

ପିପୁଲସ ଫୋରମ ର ପଶ୍ଚିମ ଓଡିଶା ମୁଖ୍ୟ ଶ୍ରୀଯୁକ୍ତ ସଞ୍ଜୟ କୁମାର ଜେଠି ବାର୍ଷିକ ବିବରଣୀ ପାଠ କରିଥିଲେ ଓ ସର୍ବଶେଷରେ ଅଜୟ କୁମାର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.