ପିପିଲି :-
ପୁରୀ ଜିଲ୍ଲା ପିପିଲି ବ୍ଲକ ଦାଣ୍ଡମକୁନ୍ଦପୁର ଗୋପବନ୍ଧୁ ମେମୋରିଆଲ ହାଇ ସ୍କୁଲରେ ଆଜି ଭାରତର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟ କ୍ରମ ଆନୁଷ୍ଠାନିକ ଭାବରେ ଅନୁଷ୍ଠିତ ହୋଇ ଯାଇଅଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ପ୍ରତିଭା ଷଡ଼ଙ୍ଗୀଙ୍କ ସୂଚନା କ୍ରମେ ସମସ୍ତ ଶିକ୍ଷକ / ଶିକ୍ଷୟିତ୍ରୀ.ଛାତ୍ରଛାତ୍ରୀ ବିଦ୍ୟାଳୟ ପରିଚାଳନା ମଣ୍ଡଳୀର ସଦସ୍ୟ ବୃନ୍ଦ ଏବଂ ପୁରାତନ ଛାତ୍ରଛାତ୍ରୀ ମାନେ ସକାଳ 10 ଘଟିକା ଠାରୁ 11 ପର୍ଯ୍ୟନ୍ତ ବିଦ୍ୟାଳୟରେ ଉପସ୍ଥିତ ରହି ବିଦ୍ୟାଳୟ ପରିସର ଗ୍ରାମ୍ୟ ରାସ୍ତା ପାର୍ଶ୍ଵ ଏବଂ ଖଣ୍ଡିଆ ଗିରୀ ଗ୍ରାମରେ ଥିବା ଶିଶୁ ଉଦ୍ୟାନ ପରିସରରେ ଥିବା ଅଳିଆ ଆବର୍ଜନାକୁ ପରିଷ୍କାର କରିଥିଲେ। ସର୍ବ ଶେଷରେ ସ୍ୱଛତା ହିଁ ସେବାର ଉଦେଶ୍ୟ ସେଥିରେ ଆମ ସମସ୍ତଙ୍କର ଭୂମିକା ସମ୍ପର୍କରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଷଡ଼ଙ୍ଗୀ ବକ୍ତବ୍ୟ ରଖି ଥିଲେ। ସମସ୍ତଙ୍କ ସହଯୋଗରେ ଏଭଳି ମହାନ କାର୍ଯ୍ୟ ସମ୍ପାଦନ ହୋଇ ପାରି ଥିବାରୁ ପ୍ରଧାନ ଶିକ୍ଷୟତ୍ରୀ ଧନ୍ୟବାଦ ଜଣାଇ ଥିଲେ। ପିପିଲି ରୁ ଦିବାକର ପ୍ରଧାନ ଙ୍କ ରିପୋର୍ଟ

