Type Here to Get Search Results !

ବେଲଗୁଣ୍ଠା ସାହିତ୍ୟ ଘର ଓ ମା ବୁଢ଼ାକ୍ୱନ୍ଦୁ ଯୁବକ ସଙ୍ଘ ତରଫରୁ ବୃକ୍ଷରୋପଣ

 


ବେଲଗୁଣ୍ଠା :-

ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ତଥା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ଆହ୍ୱାନ କ୍ରମେ ବ୍ଲକ ର ବିଭିନ୍ନ ଅନୁଷ୍ଠାନ ସହ ମିଶି ସାହିତ୍ୟ ଘର ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି କ୍ରମରେ ବେଲଗୁଣ୍ଠା ସାହିତ୍ୟ ଘର ତରଫରୁ ମାସାଧିକ କାଳ ଧରି ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ଗାଙ୍ଗପୁର ନିକଟସ୍ଥ ବୋରି ଟ୍ୟାଲେଣ୍ଟ୍ ହଣ୍ଟ୍ ଇଣ୍ଟିଗ୍ରାଲ୍ ସ୍କୁଲ୍ ପରିସରରେ ବେଲଗୁଣ୍ଠା ସାହିତ୍ୟ ଘର ଗୋବରା ଶାଖାର ଏକାଦଶତମ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ ତତ୍ତ୍ୱାବଧାନରେ ଆଜି ଟ୍ୟାଲେଣ୍ଟ୍ ହଣ୍ଟ୍ ଇଣ୍ଟିଗ୍ରାଲ୍ ସ୍କୁଲ୍ ପରିସରରେ ବେଲଗୁଣ୍ଠା ସାହିତ୍ୟ ଘର, ମାଆ ବୁଢାକେନ୍ଦୁ ଯୁବ ଛାତ୍ର ସଂସଦ ଏବଂ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମିଳିତ ପ୍ରୟାସରେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ମାଆ ବୁଢାକେନ୍ଦୁ ଯୁବ ଛାତ୍ର ସଂସଦ ସଭାପତି,ପଞ୍ଚାନନ ନାୟକ,ବିଷ୍ଣୁଧର ନାୟକ,ବଳରାମ ସାହୁ,ଦୀପକ୍ ବାରିକ,ଟ୍ୟାଲେଣ୍ଟ୍ ହଣ୍ଟ୍ ଇଣ୍ଟିଗ୍ରାଲ୍ ସ୍କୁଲ୍ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବିଷୋୟୀ,ଅନୁଷ୍ଠାନ ସମ୍ପାଦିକା ଲକ୍ଷ୍ମୀ ଗୁରୁ,ଶିକ୍ଷୟିତ୍ରୀ ମନିଷା ବିଷୋୟୀ,ବର୍ଷାରାଣୀ ବିଷୋୟୀ,ରାଗିଣୀ ବିଷୋୟୀ,ଈସିକା ସାହୁ, ନଗରୀ ବିଷୋୟୀ, ରଚନା ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅଁଳା, ଶାଗୁଆନ୍, ପିଜୁଳି, ଜାମୁକୋଳି,କରଞ୍ଜ, କାଠ ବାଦାମ, ଅଶୋକ,ଅର୍ଜୁନ ଆଦି ପ୍ରଜାତିର. 127 ଟି ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିବା ବେଳେ ସମସ୍ତ ଚାରର ଯତ୍ନ ନେବେ ବୋଲି ଶପଥପାଠ କରିଥିଲେ । ସାହିତ୍ୟ ଘର ସହ ସମ୍ପାଦକ ତଥା ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ୍ ଜ୍ଞାପନ କରିଥିଲେ । ବେଲଗୁଣ୍ଠା ରୁ ମନୋରଞ୍ଜନ ମହାରଣା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.