Type Here to Get Search Results !

ଧରମପୁର ଓ ବ୍ରଜନାଥପୁର ପଂଚାୟତ ସମ୍ମୁଖରେ ବିଜେପିର ବିକ୍ଷୋଭ


ତାଳଚେର :-

ତାଳଚେର ବ୍ଲକର ଧରମପୁର ଓ ବ୍ରଜନାଥପୁର ପଞ୍ଚାୟତ ଅଫିସ୍ ସମ୍ମୁଖରେ ବିଜେପି ତରଫରୁ ଗୁରୁବାର ଦିନ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦୁର୍ନୀତି, ଭଷ୍ଟାଚାର, ବଂଶବାଦ,ବ୍ୟାପକ ପିସି କାରବାର ବିରୋଧରେ ବିଜେପି ତରଫରୁ ତାଳଚେରର ବିଶ୍ଵସ୍ତ ସେବକ ତଥା ଭାରତ ସରକାରଙ୍କର କ୍ଷୁଦ୍ର ଶିଳ୍ପ ନିଗମର ନିର୍ଦ୍ଦେଶକ କାଳନ୍ଦୀ ସାମଲ ଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମୋଦି ସରକାର ଓଡ଼ିଶାକୁ ଗରିବ କଲ୍ୟାଣ ର ପ୍ରୟୋଗଶାଳା କରି ବିଭିନ୍ନ ଜନ କଲ୍ୟାଣ ଯୋଜନରେ ଲକ୍ଷ ଲକ୍ଷ କୋଟି ଟଙ୍କା ଦେଉଥିବା ବେଳେ ତାହା ଲୋକଙ୍କ ପାଖରେ ଠିକ୍ ଭାବରେ ପହଞ୍ଚି ପାରୁନଥିବା କହିବା ସହିତ ତାଳଚେର ବ୍ଲକ ର ପ୍ରତି ପଂଚାୟତ ରେ ବିଜେଡି ପ୍ରାୟୋଜିତ ଜେଇ କୁ ଠିକାଦାର ସଜେଇ ବ୍ୟାପକ ପିସି କାରବାର ଦୁର୍ନୀତି କରି ଚାଲିଛି ବୋଲି କାଳନ୍ଦି ସାମଲ ପ୍ରକାଶ କରିଥିଲେ। ମୋଦି ସରକାର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରୟାସ ରେ ହଜାର ହଜାର କୋଟି ଟଙ୍କା ବିଭିନ୍ନ ଯୋଜନାରେ ଆସୁଥିବା ବେଳେ ଏଠିକାର ବିଧାୟକ ସାଂସଦ ଟଙ୍କା ଟିଏ ସ୍ୱତନ୍ତ୍ର ଅନୁଦାନ ନ ଆଣି ଭତ୍ତା ବାଣ୍ଟିବା ଓ ଫିତା କାଟିବା ପାଇଁ ପ୍ରତିଯୋଗିତା କରୁଥିବା ଶ୍ରୀ ସାମଲ କହିଥିଲେ। ମୋଦି ସରକାର ଚତୁର୍ଦ୍ଦଶ ତଥା ପଞ୍ଚଦଶ ଅର୍ଥ କମିଶନ ରେ ଗୋଟିଏ ଗୋଟିଏ ପଂଚାୟତ ର ଉର୍ଣ୍ଣତି ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଦେଉଥିବା ବେଳେ ବିଜେଡି ସରକାର ପଲ୍ଲୀ ସଭା ଗ୍ରାମସଭା ନ କରାଇ ସରକାରୀ କର୍ମଚାରୀ ଙ୍କ ନାମରେ ଡିପାର୍ଟମେଣ୍ଟାଲ କାମ ରଖି ଅଧିକ ପିସି ଦେଉଥିବା ଦଳୀୟ ଠିକାଦାର ଙ୍କୁ କାମ ଦେଇ ଦଳୀୟ ପାଣ୍ଠି ସଂଗ୍ରହ କରିବାରେ ଲାଗିଛନ୍ତି ବୋଲି ସେ କହିଛନ୍ତି।ମୋଦି ପଠାଉଥିବା ପ୍ରଧାନମନ୍ତ୍ରୀ ଆବାସ ଠାରୁ ଆରମ୍ଭ କରି ସବୁ ଯୋଜନା ରେ ସାଧାରଣ ଗରିବ ଲୋକ ହକ ପାଇବାରୁ ବଞ୍ଚିତ ,ବିଜେଡି ସରକାର ଦଳୀୟ ଆଧାରରେ ହିତାଧିକାରୀ ଚୟନ କରିବା ସହ ବ୍ୟାପକ ପିସି କାରବାର ଚାଲିଛି ବୋଲି ସେ ପ୍ରକାଶ କରିଥିଲେ।ଧରମପୁର ପଂଚାୟତ ରେ ପଂଚାୟତ ପ୍ରମୁଖ ଅଜୟ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମ ଜିଲ୍ଲା ମିଡ଼ିଆ ସେଲ୍ ଅଧ୍ୟକ୍ଷ ପର୍ଶୁରାମ ବାରିକ ,ପଂଚାୟତ ପ୍ରଭାରୀ ତାପସ ସାହୁ, ପ୍ରାକ୍ତନ ସରପଞ୍ଚ ସୁଶାନ୍ତ ପ୍ରଧାନ,ମଣ୍ଡଳ ସାଧାରଣ ସମ୍ପାଦକ ଖଇରା ପ୍ରଧାନ, ଯୁବମୋର୍ଚା ସଭାପତି ଦିବ୍ୟରଞ୍ଜନ ଦାସ, ସୁଶୀଲ ସାହୁ, କୁନ୍ତଳା ମହାପାତ୍ର, ବିଭୁତି ପ୍ରଧାନ ,ସୁଧାକର ତୁଙ୍ଗ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।ସେହିପରି ବ୍ରଜନାଥପୁର ପଂଚାୟତ ରେ ମଣ୍ଡଳ ସଭାପତି ତଥା ସ୍ଥାନୀୟ ସରପଞ୍ଚ ନରେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସନ୍ତୋଷ କର,ସରୋଜ ସାହୁ,ଦଣ୍ଡଧର ବେହେରା, ହର ମୋହନ କବି ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।ଅନୁଗୋଳ ଜିଲ୍ଲା ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.