Type Here to Get Search Results !

ଗୋପାଳପୁର ସମୁଦ୍ରରେ ଗାଧୋଉଥିବା ବେଳେ ନାବାଳକ ନିଖୋଜ


ଗୋପାଳପୁର :-

ଗୋପାଳପୁର ସମୁଦ୍ରରେ ଆଜି ମଧ୍ୟାହ୍ନରେ ଗାଧଉଥିବା ବେଳେ ଜଣେ ନାବାଳକ ଛାତ୍ର ବୁଡ଼ି ନିଖୋଜ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଥିବା ବାଳକ ଜଣଙ୍କ ହେଉଛନ୍ତି ବ୍ରହ୍ମପୁର ଆସ୍କା ରୋଡ଼ ସ୍ଥିତ ସୋମନାଥ ନଗର ୪ର୍ଥ ଲାଇନର ଆଦିତ୍ୟ ପ୍ରସାଦ ଦାସ (ବୟସ ୧୫) ବ୍ରହ୍ମପୁର ଡି ପଲ୍ ସ୍କୁଲରେ ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି। ଆଜି ଦଶମ ଶ୍ରେଣୀର ପରୀକ୍ଷା ସରିବା ପରେ ସେହି ଶ୍ରେଣୀର ୫ଜଣ ସାଙ୍ଗ ମିଶି ଗୋପାଳପୁର ବୁଲି ଆସି ସମୁଦ୍ରରେ ଗାଧୋଇଥିଲା। ତାକୁ ଦେଖି ଅନ୍ୟ ଜଣେ ସାଙ୍ଗ ଗାଧେଇବାକୁ ଯାଇଥିଲା। ସେତେବେଳେ ସାମାନ୍ୟ ବର୍ଷା ହେଉଥିଲା।ସେତେବେଳେ ୨ ଜଣ ସମୁଦ୍ର ଭିତରକୁ ଚାଲି ଯାଉଥିବା ଦେଖି ସେଠାରେ ଥିବା ୨ ଜଣ ମତ୍ସ୍ୟଜିବୀ ସମୁଦ୍ର ଭିତରକୁ ଯାଇ ଜଣକୁ ଉଦ୍ଧାର କରିଥିବା ବେଳେ ଆଦିତ୍ୟ ଭିତରକୁ ଚାଲି ଯାଇଥିଲା। ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ପରେ ତା ସାଙ୍ଗ ମାନେ ସେଠାରେ ନିୟୋଜିତ ଥିବା ଲାଇଫ ଗାର୍ଡଙ୍କୁ ଜଣାଇଥିଲେ। ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଆସି ଖୋଜା ଖୋଜି କରିବା ପରେ ନ ପାଇ ବାରୁ ଗୋପାଳପୁର ଥାନାରେ ଅଜା କିଶୋର ଚନ୍ଦ୍ର ଦାସ ଲିଖିତ ଅଭିଯୋଗ କରିଥିଲେ। ଗଞ୍ଜାମ ରୁ ଆଶିଷ ରାଓଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.