Type Here to Get Search Results !

ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ପକ୍ଷରୁ 78 ନିମ୍ବ ଚାରା ରୋପଣ

 




ବେଲଗୁଣ୍ଠା,09/08, ବେଲଗୁଣ୍ଠା ବ୍ଳକ୍ କୁ ସବୁଜ ସୁନ୍ଦର କରିବା ଉଦ୍ଦେଶ୍ୟରେ ସମ୍ବାଦ ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଦୀର୍ଘ ଦେଢ଼ ମାସ ଧରି ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି I ଏହି ଅବସରରେ ଆଜି ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ ତତ୍ତ୍ୱାବଧାନରେ କ୍ଷତ୍ରୀୟବରପୁର ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସର ଓ ରାସ୍ତାର ଉଭୟ ପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I 


ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ସେବା ସମବାୟ ସମିତି ସଭାପତି ଲକ୍ଷ୍ମଣ ପଣ୍ଡା, ସମ୍ପାଦକ ହରପ୍ରସାଦ ବେହେରା,ନିର୍ଦ୍ଦେଶକ ସୁବାସ୍ ଗୌଡ଼, ପୂର୍ବତନ ସଭାପତି ଭରତ ବିଷୋୟୀ, ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦ ସଭାପତି ପଞ୍ଚାନନ ନାୟକ, ଉପସଭାପତି ନିଲୁ ପାତ୍ର,ସମ୍ବାଦ ସାହିତ୍ୟ ଘର ସଦସ୍ୟ ଟୁନା ଗୌଡ଼, ଜଗବନ୍ଧୁ ଗୌଡ଼, ଦିଲ୍ଲୀପ ଜେନା, ସନ୍ତୋଷ ଗୌଡ଼,ରାମ ପଟ୍ଟନାୟକ,ଚନ୍ଦନ ମଳିକ, ବଣ୍ଟି ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣରେ ସହଯୋଗ କରିଥିଲେ I ଏହି କାର୍ଯ୍ୟକ୍ରମରେ 78 ଟି ନିମ୍ବ ଚାରା ରୋପଣ କରାଯାଇଥିବା ବେଳେ ସମସ୍ତ ଗଛର ସୁରକ୍ଷା ପାଇଁ ଗହଣା ଯୋଗାଇଦେବାକୁ ସେବା ସମବାୟ ସମିତି ସମ୍ପାଦକ ହରପ୍ରସାଦ ବେହେରା ପ୍ରତିଶୃ୍ତି ଦେଇଥିଲେ I ନିମ୍ବ ଗଛ ଏକ ଔଷଧିୟ ବୃକ୍ଷ ଏବଂ ଏହା ବାୟୁ ମଣ୍ଡଳକୁ ଅଧିକ ଅମ୍ଳଜାନ ପ୍ରଦାନ କରିଥାଏ I ରାସ୍ତାଟି ଏକ ଜନ ବହୁଳ ରାସ୍ତା ହୋଇଥିବାରୁ ଏହି ରାସ୍ତାରେ ପ୍ରତିଦିନ ଯିବା ଆସିବା କରୁ୍ଥିବା ଶହ ଶହ ବାଟୋଇଙ୍କୁ ଅମ୍ଲଜାନ ଏବଂ ଛାଇ ଯୋଗାଇ ଦେବାରେ ନିମ୍ବ ଗଛ ଗୁଡ଼ିକ ସହାୟକ ହେବ ବୋଲି ଶ୍ରୀ ବେହେରା ଗୁରୁତ୍ବ ଦେଇଥିଲେ I ସମ୍ବାଦ ସାହିତ୍ୟ ଘର ସହ ସମ୍ପାଦକ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I

 Report - ବେଲଗୁଣ୍ଠା ରୁ ମନୋରଞ୍ଜନ ମହାରଣା



Post a Comment

0 Comments
* Please Don't Spam Here. All the Comments are Reviewed by Admin.