ଲଖନପୁର :-
ଏମ୍ ସି ଏଲ୍ ଲଖନପୁର କୋଇଲା ଖଣିରେ ଜଣେ କାର୍ଯ୍ୟରତ ଠିକା ଶ୍ରମିକ ଲାଇନମ୍ୟାନ ବିଦ୍ୟୁତ ଖୁଣ୍ଟରେ ଚଢି ଲାଇନ୍ ମରାମତି କରୁଥିବା ବେଳେ ଇଲେକ୍ଟ୍ରି ସକ୍ ରେ ମୃତ୍ୟୁବରଣ କରିଛନ୍ତି। ମୃତ ଠିକା ଶ୍ରମିକ ଜଣଙ୍କ ହେଲେ ସୁଲଦିଆ ଗ୍ରାମର ଝସକେତନ ସା ବୋଲି ଜଣାପଡିଛି ।ଏବେ ମୃତଦେହ ବେଲପାହାଡ ଟିଆରଏଲ ହସ୍ପିଟାଲକୁ ନିଆ ଯାଇଛି। ଖବର ସଂଗ୍ରହ ପର୍ଯ୍ୟନ୍ତ ବିଭାଗୀୟ କତୃପକ୍ଷ ଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ। ଲଖନପୁର ରୁ ସମୀର ଙ୍କ ରିପୋର୍ଟ

