Type Here to Get Search Results !

ଶିକ୍ଷା ବ୍ୟବସ୍ଥା ର କରୁଣ ଚିତ୍ର, ମଗ୍ ଅଛି ତ ପରୀକ୍ଷା ଦିଅ


କାଳିମେଳା :-

ବର୍ଷା ପାଇଁ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର !! ପାଖରେ ମଗ ରଖି ପରୀକ୍ଷା ଦେଲେ ଯୁକ୍ତ ୩ ଛାତ୍ରଛାତ୍ରୀ। ପରୀକ୍ଷା ଟେବୁଲ ଉପରେ ମଗ୍ ରଖି ପରୀକ୍ଷା ଦେଉଛନ୍ତି ଯୁକ୍ତ ତିନିର ଛାତ୍ରଛାତ୍ରୀ । ମାଲକାନଗିରି କାଲିମେଳା ବ୍ଲକ ଏମଭି ୭୯ ସ୍ଥିତ ଡଃ ଶ୍ୟାମପ୍ରସାଦ ଯୁକ୍ତ ତିନି ମହାବିଦ୍ୟାଳୟରୁ ଆସିଛି ଏଭଳି ଦୃଶ୍ୟ । ମଙ୍ଗଳବାର ଯୁକ୍ତ ତିନି କଳାର ଚତୁର୍ଥ ସେମିଷ୍ଟାର ଲାଗି ପରୀକ୍ଷା ଚାଲିଛି । ତେବେ ଲଗାଣ ବର୍ଷା ପାଇଁ ଛାତରୁ ପାଣି ଗଳୁଛି, ଯାହାଫଳରେ ପରୀକ୍ଷାର୍ଥୀ ଟେବୁଲ ଉପରେ ମଗ ରଖି ପରୀକ୍ଷା ଦେଉଛନ୍ତି ।

ମାଲାକାନଗିରିରେ ଲଗାଣ ବର୍ଷା ପାଇଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ଏଥିରୁ ବାଦ୍ ପଡିନାହାନ୍ତି ପରୀକ୍ଷାର୍ଥୀ । ଏଥିରୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା କେତେ ଉନ୍ନତ ଏହାର ନଗ୍ନ ଉଦାହରଣ ଏଥିରୁ ବେଶ୍ ଅନୁମେୟ। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.