Type Here to Get Search Results !

ଅରୁନ୍ଧତୀ ଫାଉନ୍ଡେସନ୍ ପକ୍ଷରୁ ନିର୍ମିତ ବଲାଙ୍ଗିର ଲୋକନାଥ ବାବାଙ୍କ ଯଜ୍ଞ ମଣ୍ଡପ ଲୋକାର୍ପିତ

 


ବଲାଙ୍ଗିର :-

ବଲାଙ୍ଗିରର ସର୍ବ ପୁରାତନ ଲୋକନାଥ ବାବାଙ୍କ ମନ୍ଦିରରେ ଅରୁନ୍ଧତୀ ଫାଉନ୍ଡେସନ୍ ପକ୍ଷରୁ ନବ ନିର୍ମିତ ଯଜ୍ଞ ମଣ୍ଡପକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ୍ ରାଣା ଲୋକାର୍ପଣ କରିଛନ୍ତି। ଏହି ଉତ୍ସବରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦେଶକ ବ୍ରହ୍ମାନନ୍ଦ ମେହେର, ଭାଇ ଅଚ୍ୟୁତାନନ୍ଦ ମେହେରଙ୍କ ପିତା ଗୌରାଙ୍ଗ ମେହେର ଓ ମାତା ଲକ୍ଷ୍ମୀ ମେହେର ଉପସ୍ଥିତ ଥିଲେ।

 ଏହି ଲୋକାର୍ପଣ ଉତ୍ସବ ପାଇଁ ଗତ କାଲି ବଡି ଭୋରରୁ ପୂଜାର୍ଚନା ଓ ବିଧି ମୁତାବକ ପଣ୍ଡିତ ମାନେ ପ୍ରତିଷ୍ଠା କର୍ମ କରିଥିଲେ। ଏହି ମନ୍ଦିର ପୂରାତନ ହୋଇଥିଲେ ସୁଦ୍ଧା ପୂରାତନ ମଣ୍ଡପଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା। ବ୍ରହ୍ମାନନ୍ଦଙ୍କ ମାତା ଲକ୍ଷ୍ମି ଦେବୀ ପ୍ରତ୍ୟହ ମନ୍ଦିରକୁ ଯାଉଥିବା ବେଳେ ଏ ସମ୍ପର୍କରେ ନିଜର ପୁଅ ମାନଙ୍କୁ କହି ଏହା ନିର୍ମାଣ ପାଇଁ କହିଥିଲେ ବୋଲି ବ୍ରହ୍ମାନନ୍ଦ ପ୍ରକାଶ କରିଥିଲେ।

ଗତ କାଲି ର ଏହି ମଣ୍ଡପ ଲୋକାର୍ପଣ କାର୍ଯ୍ୟକ୍ରମରେ ମେହେର ପରିବାରର ସମସ୍ତ ସଦସ୍ୟ ମାନଙ୍କ ବ୍ୟତୀତ ନଗରର ଅନେକ ଶ୍ରଦ୍ଧାଳୁ, ଲୋକନାଥ ବାବାଙ୍କ କମିଟି ସଦସ୍ଯ, ବ୍ୟବସାୟୀ, ନଗରର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ପୁରୁଷ ମହିଳା ମାନେ ଯୋଗଦେଇଥିଲେ। ଶେଷରେ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା ହୋଇଥିଲା।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.