Type Here to Get Search Results !

ଯୁବକ କଙ୍ଗାରୁ କୋର୍ଟରେ ଦଣ୍ଡିତ

 


ତାଳଚେର :-

ପୁଣି ହଜିଗଲା ମାନବିକତା । ସାମାନ୍ୟ ଭୁଲ ପାଇଁ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡିତ କଲେ ଗ୍ରାମବାସୀ । ଏଭଳି ଘଟଣା ତାଳଚେର ବାଲୁଙ୍ଗା ଗାଁରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବାଳୁଙ୍ଗା ଗାଁର ଯୁବତୀ ମାନେ କଲେଜକୁ ପାଠ ପଢିବାକୁ ଯାଉଥିବା ବେଳେ ସ୍ଥାନୀୟ 3 ଜଣ ଯୁବକ ସେମାନଙ୍କୁ କମେଣ୍ଟ ମାରୁଥିଲେ । ଏପରିକି ଅଶ୍ଳୀଳ ଇଙ୍ଗିତ ମଧ୍ୟ କରୁଥିଲେ । ଏହି କଥା ଯୁବତୀମାନେ ଗାଁରେ କହିବା ପରେ ଗାଁ ଲୋକ ଏକାଠି ହୋଇ ଆଜି ଛକି ରହିଥିଲେ । ସେହି 3 ଜଣ ଯୁବକ ଆଜି ପୁଣି ଯୁବତୀ ମାନଙ୍କୁ କମେଣ୍ଟ କରିବା ବେଳେ ଗାଁ ଲୋକ ଧରିବାକୁ ଚେଷ୍ଟା କରିଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଜଣଙ୍କୁ କାବୁ କରିନେଇଥିଲେ ଗ୍ରାମବାସୀ । ଯୁବକଙ୍କୁ ଧରିବା ପରେ ଉତ୍ତମ ମଧ୍ୟମ ଦେଇଥିଲେ ।ପରେ ସଂପୃକ୍ତ ଯୁବକଙ୍କୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଥିଲେ । ଯାହାର ଏକ୍ସଲୁସିଭ ଚିତ୍ର ଲାଗିଛି ଆମ ହାତରେ । ଦେଖନ୍ତୁ ଯୁବକଙ୍କୁ କିଭଳି ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଉଛନ୍ତି । ମାନବିକତା ଭୁଲି ଯାଇ ଆଇନକୁ ହାତକୁ ନେଇ ଯୁବକଙ୍କୁ ଏଭଳି ଦଣ୍ଡିତ କଲେ ଗ୍ରାମବାସୀ । ତେବେ ଏ ସମ୍ପର୍କରେ ଖବର ପାଇ ତାଳଚେର ପୁଲିସ ଗାଁ ରେ ପହଂଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲା । ଏହାପରେ ଅନ୍ୟ ଦୁଇ ଯୁବକଙ୍କୁ ମଧ୍ୟ ଆଣି ଥାନାରେ ଅଟକ ରଖିଛି । ତେବେ ସାମାନ୍ୟ ଭୁଲ ପାଇଁ ଏଭଳି କଙ୍ଗାରୁକୋର୍ଟରେ ଦଣ୍ଡିତ କରିବା ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.