ବଲାଙ୍ଗିର :-
ଗତକାଲି ବଲାଙ୍ଗିର ଜିଲ୍ଲାପାଳ ଙ୍କ କାର୍ଯ୍ୟ।ଲୟ ସ୍ଥିତ ଓସୱାନ ଭିଡିଓ କନଫରେନସିଂ ହଲ ଠାରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ବୈଠକ ଭିଡିଓ କନଫରେନସିଂ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓସୱାନ ଭିଡିଓ କନଫରେନସିଂ ହଲ ଠାରେ ବୈଠକ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ନାଏକ , ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା କୁବେର ଚନ୍ଦ୍ର ମହନ୍ତ , ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଦିବ୍ୟ କିଶୋର ପତି , ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡ଼ା ସିଦ୍ଧେଶ୍ଵର ମାଝୀ , ଯକ୍ଷ୍ମା ନୋଡାଲ ଅଧିକାରୀ ଡ଼ା ଧନେଶ୍ଵରୀ ଜେନା , ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜିଲ୍ଲା ପ୍ରୋଗ୍ରାମ ମେନେଜର ମୃତ୍ୟୁଞ୍ଜୟ ମୁଣ୍ଡ ଙ୍କ ସମେତ ଜିଲ୍ଲା ଯକ୍ଷ୍ମା ବିଭାଗ ର କର୍ମକର୍ତ୍ତା ,ସମ୍ପୃକ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିବା ବେଳେ ବ୍ଲକ ଭିଡିଓ କନଫରେନସିଂ ହଲ ଠାରେ ସମ୍ପୃକ୍ତ ବ୍ଲକ ର ବିଡିଓ ,ମେଡିକାଲ ଅଫିସର , ତହସିଲଦାର ,ଜନପ୍ରତିନିଧି ,ଥାନା ଅଧିକାରୀ ଓ ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡ଼ା ମାଝୀ ବୈଠକ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ପିପିଏମ ସଂଯୋଜିକା ଜୟନ୍ତୀ ମେହେର ପାୱାର ପଏଣ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଓ ନିକ୍ଷୟ ମିତ୍ର ସମ୍ପର୍କରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ । ଯକ୍ଷ୍ମା ରୋଗ ପୀଡିତ ଙ୍କୁ ସହାୟତା କରିବା ନିମନ୍ତେ ନିକ୍ଷୟ ମିତ୍ର ଙ୍କ ଭୂମିକା ସମ୍ପର୍କରେ ସେ ସୂଚନା ଦେବା ସହ ନିକ୍ଷୟ ମିତ୍ର ହେବା ପାଇଁ ଅନଲାଇନ ପଞ୍ଜୀକରଣ , ଯକ୍ଷ୍ମା ରୋଗ ପୀଡିତ ଙ୍କୁ ନିକ୍ଷୟ ମିତ୍ର ଙ୍କ ଦ୍ଵାରା ମାସିକ ପୁଷ୍ଟି କିଟ ,ଦୈନନ୍ଦିନ ସହାୟତା ଓ ରୋଜଗାର ସମ୍ବନ୍ଧୀୟ ସହାୟତା ପ୍ରଦାନ ବିଷୟରେ ଆଲୋକପାତ କରିଥିଲେ । ଯେକୌଣସି ବ୍ୟକ୍ତି , ବେସରକାରୀ ସଂଗଠନ , ନିର୍ବାଚିତ ପ୍ରତିନିଧି କିମ୍ବା କର୍ପୋରେଟ ସଂସ୍ଥା ନିକ୍ଷୟ ମିତ୍ର ହୋଇପାରିବେ ବୋଲି ସେ ସୂଚନା ଦେଇଥିଲେ । ବଲାଙ୍ଗିର ଜିଲ୍ଲା ରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦୫୮ ଜଣ ଯକ୍ଷ୍ମା ପୀଡିତ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୦୨୬ ଜଣ ନିକ୍ଷୟ ମିତ୍ର ଙ୍କ ଠାରୁ ସହାୟତା ନେବା ପାଇଁ ସହମତି ପ୍ରଦାନ କରିଛନ୍ତି ବୋଲି ସେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ବଲାଙ୍ଗିର ଜିଲ୍ଲା ରେ ସରକାରୀ ,ବେସରକାରୀ ସଂସ୍ଥା ,ଜନପ୍ରତିନିଧି ଓ ବିଭିନ୍ନ ସଂଗଠନ କୁ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ରେ ସଂଶ୍ଳିଷ୍ଠ କରାଯାଇ ଚିକିତ୍ସାଧୀନ ଯକ୍ଷ୍ମା ପୀଡିତ ଙ୍କୁ କିପରି ସହାୟତା ପ୍ରଦାନ କରାଯାଇପାରିବ ସେ ଦିଗରେ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ,ଜିଲ୍ଲା ଯକ୍ଷ୍ମା ବିଭାଗ କିମ୍ବା ବରିଷ୍ଠ ଯକ୍ଷ୍ମା ସୁପରଭାଇଜର ଙ୍କ ସହ ଯୋଗାଯୋଗ କରିବା ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣ ଙ୍କୁ ଅନୁରୋଧ କରାଯାଇଛି । ବୈଠକ ଶେଷରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡ଼ା ମହନ୍ତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

