ଭୁବନେଶ୍ୱର :-
ଷ୍ଟ୍ରିଟ୍ ଫୁଡ୍ ବ୍ୟବସାୟୀ ଙ୍କ ପାଇଁ କଠୋର ହେଲା ବିଏମସି। ବାହାର କଲା ନୂଆଁ ନିୟମ। ଉଲଂଘନ କଲେ ଜୋରିମାନା ସହ ଲାଇସେନ୍ସ ହେବ ଜବତ୍। ଆଜ୍ଞା ହଁ, ଏଭଳି କଠୋର ନିୟମ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ହୋଇଛି। ଅପରିସ୍କାର ପରିବେଶ, ଫୁଟ୍ ପାଥ ରେ ଆଉ ମିଳିବନି ଷ୍ଟ୍ରିଟ୍ ଫୁଡ୍ । ରାଜଧାନୀ ବାସୀ ଙ୍କୁ ପରିସ୍କାର ଜୀବାଣୁ ମୁକ୍ତ ଖାଦ୍ୟ ପାଇଁ ବିଏମସୀ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ନାଳ, ଡ୍ରେନ ଉପରେ ଷ୍ଟ୍ରିଟ୍ ଫୁଡ୍ ବ୍ୟବସାୟୀ ଗ୍ରାହକଙ୍କୁ ଖାଦ୍ୟ ପରିବେଷଣ କରିଥାନ୍ତି। ରାସ୍ତା କଡ଼ରେ ଏଥିଯୋଗୁଁ ଟ୍ରାଫିକ ସମସ୍ୟା ମଧ୍ୟ ଦେଖା ଯାଇଥାଏ। ତେବ ପାର୍କିଂ ସୁବିଧା ଓ ସ୍ୱଚ୍ଛ ବାତାବରଣ ରେ ଷ୍ଟ୍ରିଟ୍ ଫୁଡ୍ ବ୍ୟବସାୟୀ ନିଜ ବ୍ୟବସାୟ କରି ପାରିବେ ବୋଲି ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି। ଅନ୍ୟ ପକ୍ଷରେ ଯଦି କେହି ବ୍ୟବସାୟୀ ଏହି ନିୟମ ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ଲାଇସେନ୍ସ ରଦ୍ଦ କରିବା ସହ ସେମାନଙ୍କ ଉପରେ ଜୋରିମାନା ଲାଗିବା ନେଇ ଉଲ୍ଲେଖ କରିଛି ବିଏମସି। ବ୍ୟୁରୋ ରିପୋର୍ଟ

