ବଲାଙ୍ଗିର :-
ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୁଲ୍ୟରେ ଆୟୋଜିତ ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ନିରାକରଣ ସମ୍ପର୍କିତ ସଚେତନତା ଅଭିଯାନ ଉପଲକ୍ଷେ ଜିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ପରିସରରୁ ଏକ ସଚେତନତା ରଥ ବାହାରିଥିଲା । ଏହି ସଚେତନତା ରଥ କୁ ଜିଲ୍ଲାପାଳ ଚଞ୍ଚଳ ରାଣା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସଚେତନତା ରଥ ଅକ୍ଟୋବର ୧୭ ତାରିଖ ଠାରୁ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ବାଲ୍ୟ ବିବାହ ନିରାକରଣ ଉପରେ ଜନସାଧାରଣ ଙ୍କୁ ସଚେତନ କରିବ । ବାଲ୍ୟ ବିବାହ ନିରାକରଣ ସକାଶେ ସଚେତନତା ସୃଷ୍ଟି ସହ ସେପ୍ଟେମ୍ବର ମାସ ୩୦ ତାରିଖ ରେ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ରେ ୧୮ ବର୍ଷରୁ କମ ବାଳକ ବାଳିକା ମାନଙ୍କୁ ନେଇ ବାଳସଭା ଆୟୋଜନ କରାଯାଇ ବାଲ୍ୟ ବିବାହ ମୁକ୍ତ ଗ୍ରାମ କରିବା ନିମନ୍ତେ ଶପଥ ପାଠ କରାଯାଇଥିଲା ବୋଲି ସଚେତନତା ରଥ ଶୁଭାରମ୍ଭ ଅବସରରେ ଜିଲ୍ଲାପାଳ ପ୍ରକାଶ କରିବା ସହ ବାଲ୍ୟ ବିବାହ ଏକ ଅପରାଧ ଏବଂ ଏ ସମ୍ପର୍କରେ ସଚେତନତା ଅଭିଯାନ ଜରିଆରେ ଜନସଚେତନା କରାଯିବ ବୋଲି ସେ ପ୍ରକାଶ କରିଥିଲେ । ସଚେତନତା ରଥ ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସନ୍ଥଲାଳ ଦୀପ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ , ୱାନ ଷ୍ଟପ ସେଣ୍ଟର ର ପ୍ରୋଗ୍ରାମ ମେନେଜର ଆଲିଶା ଚକ୍ରବର୍ତ୍ତୀ ,ୱାନ ଷ୍ଟପ ସେଣ୍ଟର ର କର୍ମକର୍ତ୍ତା , ଆଇସିଡି ଏସ ସୁପରଭାଇଜର ,ଅଙ୍ଗନବାଡି କର୍ମୀ ,ଏସଏଚଜି ସଦସ୍ୟା , ସମାଜ କଲ୍ୟାଣ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ପରେ ସଚେତନତା ରଥ ସହ ୱାନ ଷ୍ଟପ ସେଣ୍ଟର ର କର୍ମକର୍ତ୍ତା , ଆଇସିଡି ଏସ ସୁପରଭାଇଜର ,ଅଙ୍ଗନବାଡି କର୍ମୀ ,ଏସଏଚଜି ସଦସ୍ୟା , ସମାଜ କଲ୍ୟାଣ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର କର୍ମକର୍ତ୍ତା ମାନେ ବାଲ୍ୟ ବିବାହ ନିରାକରଣ ସମ୍ପର୍କିତ ପ୍ଲା କାର୍ଡ ଧରି ସହର ପରିକ୍ରମା କରିଥିଲେ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

