Type Here to Get Search Results !

ନବୀନ ଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର


ତାଳଚେର :-

ଭାରତବର୍ଷର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ, ଦେଶର ଆଦର୍ଶ ତଥା ସାଢେ଼ ଚାରି କୋଟି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ, ଅପ୍ରତିଦ୍ୱନ୍ଦି, ଅପରାଜୟ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ ମହୋଦୟ ଓ ବିଜୁ ଜନତା ଦଳର ଅନୁଗୋଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ କୁନୁ ବିହାରି ଦାସ ମହୋଦୟ ଆମ ତାଳଚେରର ଅଧିଷ୍ଠାତ୍ରୀ ମା' ହିଙ୍ଗୁଳାଙ୍କ ପାଖରେ ଦର୍ଶନ କରିବା ସହ ଦୀର୍ଘ ଜୀବନ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହ ଜଗନ୍ନାଥ କଳାକେନ୍ଦ୍ର ଠାରେ ତାଳଚେର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ହୋଇଥିବା ରକ୍ତ ଦାନ ଶିବିରରେ ଯୋଗଦାନ କରି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଜୋନ ର ଜିଲ୍ଲା ପରିଷଦ ସଦସ୍ୟ ଓ ସଦସ୍ୟା, ତାଳଚେର ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା , ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ,ତାଳଚେର ପୌରାଞ୍ଚଳ ର ନଗରପାଳ, ସମସ୍ତ ୱାର୍ଡ ର କାଉନସିଲ ଙ୍କ ସମେତ ବିଜୁ ଜନତା ଦଳର ସମସ୍ତ ପଦାଧିକାରୀ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ଅନୁଗୁଳ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.