ଚାନ୍ଦବାଲି :-
ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଆମ ଗାଁ ଆମ ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏହି ଉତ୍ସବ କରାଯାଇଛି । ଏଥିରେ ଯୁବ ସାହିତ୍ୟିକ ମନୋଜ କୁମାର ଭଳ ସଭାପତିତ୍ବ କରିଥିଲେ । ଆୟୋଜିତ ଉତ୍ସବରେ ସାହିତ୍ୟ ଏକାଡେମୀ ସଦସ୍ୟ ପବିତ୍ର ପାଣିଗ୍ରାହୀ, ପୂର୍ଣ୍ଣ ଚନ୍ଦ୍ର ବହଳି, ସାହିତ୍ୟିକ କମଳାକାନ୍ତ ମହାନ୍ତି, ଜୟକୃଷ୍ଣ ନାୟକ, ସାଧୁ ଚରଣ ନାୟକ, ଡଃ କୁମାର ଗୋପାଳ ପ୍ରମୁଖ ଅତିଥି ଥିଲେ । ଗାଁରେ ରହିଛି ସାହିତ୍ୟର ଆତ୍ମା , କବି ବଂଶୀ ବଲ୍ଲଭ ଗୋସ୍ୱାମୀ ଓ ମୋଗଲ ତାମସା ଉପରେ ଆଲୋଚନା କରାଯାଇଛି । ଗାଁରେ ରହିଛି ନିଆରା ବାସ୍ନା । ସମସ୍ତ ସ୍ରଷ୍ଟା ଙ୍କୁ ଗାଁର ପରିବେଶ ମୋହିତ କରିଛି । ଗାଁର ମାଟିକୁ ଛୁଇଁଲେ କବିଟିଏ ଆନମନା ହୋଇଯାଏ । ସହରରେ ଏହି ପରିବେଶ ନଥାଏ । ତେଣୁ ସେଠାରେ ସମ୍ପର୍କ ସଙ୍କୁଚିତ ହୋଇଥାଏ । ଗ୍ରାମାଞ୍ଚଳରେ ଥିବା କବି ମାନଙ୍କୁ ସାହିତ୍ୟ ମନସ୍କ କରିବାକୁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏଠାରେ ଆଲୋଚନା ସଭା କରାଯାଇଛି । ଦ୍ଵିତୀୟ ପର୍ଯ୍ୟାୟରେ ଚାନ୍ଦବାଲି ଓ ତିହିଡି ବ୍ଲକର କବି ଓ କବୟିତ୍ରୀ ନିଜର କବିତା ପାଠ ଉତ୍ସବ କରିଥିଲେ । ଏହି କାର୍ଯ୍ୟକ୍ରମରେ କବି ଉପେନ୍ଦ୍ର ରାଉଳ, ରବି କୁମାର ମହାନ୍ତି, ସୁବାସ ମହାନ୍ତି, ଅଭୟ ଦାସ, ଦେବବ୍ରତ ସାହୁ, କବୟିତ୍ରୀ ସୁରୁତି ପ୍ରଭା ଦାସ, ଡଃ ସରୋଜିନୀ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଶିକ୍ଷକ ଅମୂଲ୍ୟ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । କବି ଚିତ୍ତରଞ୍ଜନ କବି, ସଂଯୁକ୍ତା ଭାରତୀ କବିତା ସଂଯୋଜନା କରିଥିଲେ । ସୁବାସ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ଚାନ୍ଦବାଲି ରୁ ସାଗର ରାଉଳଙ୍କ ରିପୋର୍ଟ