Type Here to Get Search Results !

ଶ୍ୱଶୁର ଘରକୁ ବୁଲି ଆସିଥିଲେ ଜ୍ୱାଇଁ, ଟ୍ରେନ ଆଗକୁ ଡେଇଁ ପଡ଼ିଲେ


ବଲାଙ୍ଗିର :-

ଶ୍ୱଶୁର ଘରକୁ ବୁଲି ଆସିଥିବା ଜ୍ୱାଇଁ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ବୁର୍ଡା ଗାଁରେ ଘଟିଛି। ମୃତକ ହେଲେ ଗୁର୍ଜିଭଟା ଗାଁର ସନ୍ତୋଷ ସାହୁ । ସନ୍ତୋଷ ସାହୁ ପ୍ରାୟ ୨ ବର୍ଷ ପୂର୍ବେ ନିକଟସ୍ଥ ବୁର୍ଡା ଗାଁରେ ବିବାହ କରିଥିବା ବେଳେ ତାଙ୍କର ଏକ ବର୍ଷକର ଝିଅଟିଏ ଅଛି। କିଛି ଦିନ ପୂର୍ବେ ସନ୍ତୋଷ ସାହୁ ନିଜ ପରିବାର ସହ ଶ୍ୱଶୁର ଘରକୁ ବୁଲି  ଯାଇଥିଲେ।  ଆଜି ସକାଳେ କାହାକୁ କିଛି ନ କହି ସେ ଘରୁ ବାହାରି ଯାଇଥିଲେ। ଏହାପରେ ଗାଁ ନିକଟସ୍ଥ ରେଳ ଧାରଣାକୁ ଯାଇ ସମ୍ୱଲପୁରରୁ ରାୟଗଡା ଯାଉଥିବା ତପସ୍ୱିନୀ ଏକ୍ସପ୍ରେସ ଆଗକୁ ଡେଇଁ ପଡିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।ଜିଆରପି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି ତେବେ କେଉଁ କାରଣରୁ ସନ୍ତୋଷ ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ କିଛି ଦିନ ହେଲା ସନ୍ତୋଷ ମାନସିକ ଅବସାଦରେ ଥିବା ଏବଂ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଉଥିଲେ ବୋଲି ଜଣାପଡିଛି ।ତେବେ କ’ଣ ପାଇଁ ସନ୍ତୋଷ ଏପରି ପଦକ୍ଷେପ ନେଲେ କିପରି, ଉଭୟ ପତିପତ୍ନୀ ମଧ୍ୟରେ କିଛି ଘରୋଇ କଳହ ଲାଗି ରହିଥିଲା କି ? ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ବଲାଙ୍ଗିର ଜିଲ୍ଲା ରେ ଚର୍ଚ୍ଚା ଜୋର ଧରିଛି। 

ବଲାଙ୍ଗିର ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.