Type Here to Get Search Results !

୧୫ତମ ଜାତୀୟ ମହା ଅଧିବେଶନର ମୂଖ୍ୟ ଅଫିସ ଗୃହ ଉଦଘାଟିତ


ଝାରସୁଗୁଡା :-

ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ଆସନ୍ତା ଡିସେମ୍ବର ୨୪,୨୫ ଓ ୨୬ ତାରିଖରେ ହେବାକୁ ଥିବା ୧୫ ତମ ଜାତୀୟ ମହା ଅଧିବେଶନର ମୂଖ୍ୟ କାର୍ଯ୍ୟାଳୟ ଝାରସୁଗୁଡା ଜିଲ୍ଲାର କାପୁମାଲଠାରେ ଅବସ୍ଥିତ ଗୋଁଣ୍ଡ ଭବନରେ ଆନୁଷ୍ଠାନିକ ଭାବେ ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାଏକ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟାଳୟ ପ୍ରତିଦିନ ୧୦ଟାରୁ ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଖୋଲା ରହିବ। ଏହାର ମୂଖ୍ୟ ପରିଚାଳକ ଭାବରେ ଝାରସୁଗୁଡା ଜିଲ୍ଲା ମହାସଚିବ ଶ୍ୟାମଲାଲ ନାଏକ ଥିବା ବେଳେ ରାଜ୍ୟ ମହାସଚିବ ଚୁଡାମଣୀ ଧୁରୁଆ କୋଷାଧ୍ୟକ୍ଷ ଠାକୁର ପ୍ରଧାନ ବିରେନ ମରେଇ ଓ ବାସୁଦେବ ଧୁରୁଆ ସହଯୋଗ କରିବେ। ଏହି ପରି ଶାଖା କାର୍ଯ୍ୟାଳୟ ସମସ୍ତ ଜିଲ୍ଲା, ବ୍ଲକ, ଗୁଡି ଓ ଆୟୋଜନ ସମିତିରେ ଖୋଲିବା ପାଇଁ ଶ୍ରୀନାଏକ ଅନୁରୋଧ କରିଛନ୍ତି । ଆସନ୍ତା ୨୪ ତାରିଖ ସନ୍ଧ୍ୟାରେ ରାଜ୍ୟ ପ୍ରସ୍ତୁତି ବୈଠକ ଓ ମହିଳା ମାନଙ୍କ ରାଜ୍ୟର ପ୍ରଥମ ଅଧିବେଶନ ଆସନ୍ତା ୨୫ ତାରିଖ ସକାଳ ୧୦ ଟାରୁ ସମ୍ବଲପୁର ପାନ୍ଥନିବାସ ନିକଟସ୍ଥ ତପସ୍ୱୀନି ହଲଠାରେ ହେବ ବୋଲି ସୂଚନା ଦେଇଛନ୍ତି। 

ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.