ବାଲିକୁଦା :-
ଆଜି ସକାଳ 10ଟା ସମୟରେ 2ଜଣ ଛାତ୍ର ଜଗତସିଂହପୁର ରୁ ବାଲିକୁଦା ଗୋପାଳପୁର ସ୍ଥିତ କଲେଜ କୁ ପରୀକ୍ଷା ଦେବାକୁ ଆସୁଥିବା ସମୟରେ ହଠାତ ଇଚ୍ଛାପୁର ରାସ୍ତା ନିକଟରେ ତାଙ୍କ ବାଇକ ଆଗରେ ଏକ ଅଜଣା ଗାଡି ପଶିଯାଇଥିଲା। ଯାହାଫଳରେ ଦୁଇ ବାଇକ ମଧ୍ୟରେ ଧକା ଲାଗିଥିଲା ଫଳରେ ଭାରସାମ୍ୟ ହରାଇ ଦୁଇ ଛାତ୍ର କିଛି ଦୁରକୁ ଛିଟିକି ପଡିଯାଇଥିଲେ। ଘଟଣା ସ୍ଥଳରେ ସେମାନଙ୍କର କ୍ଷତ ବିକ୍ଷତ ହୋଇ ପ୍ରଚୁର ରକ୍ତସ୍ରାବ ହେବାର ସ୍ଥାନୀୟ ଲୋକ 108ଆମ୍ବୁଲାନ୍ସ ଯୋଗେ ଉକ୍ତ ଛାତ୍ର 2ଜଣକୁ ବାଲିକୁଦା ମେଡିକାଲରେ ଆଶୁ ଚିକିତ୍ସା ନିମନ୍ତେ ନିଆଯାଇଥିଲାା। ପରେ ସେମାନଙ୍କ ଅବସ୍ଥା ଶୋଚନୀୟ ହେବାଯୋଗୁ ଉକ୍ତ ଦୁଇ ଛାତ୍ର କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇଥିଲେ। ସୂଚନାରୁ ପ୍ରକାଶ ଯେ ଉକ୍ତ ଛାତ୍ର 2ଜଣ ହେଲେ ପାକନପୁର ଗ୍ରାମର ହରେକୃଷ୍ଣ ବେହେରା ଏବଂ ଅନ୍ୟ ଜଣେ ଜଗତସିଂହପୁର ଅଞ୍ଚଳର ସୌମ୍ୟଜିତ ବୋଲି ଜଣାପଡିଛିି। ବାଲିକୁଦାରୁ ଗୀତା ମହାରଣା ଙ୍କ ରିପୋର୍ଟ