Type Here to Get Search Results !

ବାଇକରେ କଫ୍‌ ସିରଫ୍‌ ଚୋରା ଚାଲାଣ, ଜଣେ ବ୍ୟକ୍ତିଙ୍କୁ ଗିରଫ କଲା ବଲାଙ୍ଗିର ଅବକାରୀ ବିଭାଗ

 


ବଲାଙ୍ଗିର :-

ବଲାଙ୍ଗିର ସହର ରେ ବାଇକରେ କଫ୍‌ ସିରଫ୍‌ ଚୋରା ଚଲାଣ ବେଳେ ବଲାଙ୍ଗିର ମେଡିକାଲ କଲେଜ ଛକ ଠାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ ବୋଲି ଖବର ମିଳିଛି । ସୂଚନା ଅନୁସାରେ ସୁଦର୍ଶନ ନାଏକ ନାମକ ଜଣେ ବ୍ୟକ୍ତି ଏକ ବାଇକରେ ୧୨୦ ବୋତଲ କଫ୍‌ ସିରଫ ଧରି ବଲାଙ୍ଗିର ପଟୁ ଚୁଡାପାଲି ଗ୍ରାମକୁ ଯାଉଥବା ବେଳେ କୌଣସି ସୂତ୍ରରୁ ଖବର ପାଇ ବଲାଙ୍ଗିର ମେଡିକାଲ କଲେଜ ଛକ ଠାରେ ଅବକାରୀ ବିଭାଗ ପକ୍ଷରୁ ସୁଦର୍ଶନଙ୍କୁ କାବୁ କରାଯାଇ ତାଙ୍କ ନିକଟରୁ ଏକ ବାଇକ ସହ ୧୨୦ ବୋତଲ କଫ୍‌ ସିରଫ ଜବତ କରାଯାଇଥିବା ଜଣାପଡିଛି ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.