Type Here to Get Search Results !

ବଅଁରପାଳ ବନ୍ଦା ଛକ ନିକଟରେ କଣ୍ଟେନର ଧକ୍କାରେ ସାଇକେଲ ଆରୋହୀ ମୃତ୍ୟୁ


ବଅଁରପାଳ :-

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବନ୍ଦା ଛକ ଠାରେ ଏକେ ମର୍ମହୁତ ଦୁର୍ଘଟଣା ରେ ସାଇକେଲ ଆରୋହୀ ଘଟଣା ସ୍ଥଳରେ ମୃତ୍ୟୁ । ୫୫ନମ୍ବର ଜାତୀୟ ରାଜପଥ ମୃତ୍ୟୁ ରେ ଲାଗୁନି ଲଗାମ ଅନୁଗୋଳ ବାସୀ ଙ୍କ ପାଇଁ ଏବେ ୫୫ ନମ୍ବର ଜାତୀୟ ରାଜପଥ ସତେ ଯେମିତି ଦୁଃଖ ର ପଥ ମରଣ ଯନ୍ତା ପାଲଟିଛି।ଏଥି ପ୍ରତି ଆଉ କେତେ ଜୀବନ ନେଲା ପରେ ଏନ୍ ଏଚ କର୍ତ୍ତୃପକ୍ଷ ଏହି ରାସ୍ତା ତିଆରି କରିବେ ତାହା ସମୟ କହିବ। କଣ୍ଟେନର ଟ୍ରକ୍ ନମ୍ବର ଡବ୍ଲୁ ବି ୨୯ ସି ୧୦୨୮ ଚକା ତଳେ ଚପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ। ଘଟଣା ସ୍ଥଳରେ ବଅଁରପାଳ ଥାନା ଅଧିକାରୀ ପହଂଚି ଶବକୁ ଜବତ କରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ। । ମୃତ୍ୟୁ ବ୍ୟକ୍ତି ଜଣଙ୍କ ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତର ବଡ଼ଖଳି ଗ୍ରାମର ସୁମନ୍ତ କୁମାର ବିଶୋଇ। ଶ୍ରୀ ବିଶୋଇ ଆଜି ସକାଳେ ସାଇକେଲ ଯୋଗେ ଅନୁଗୋଳ କିଛି କାମରେ ଆସିଥିଲ ଓ ସେଠୁ କାମ ସାରି ବନ୍ଦା ଛକ ନିକଟ ଦେଇ ଘରକୁ ଯିବା ସମୟରେ ପଛପଟୁ କଣ୍ଟେନର ଚାପିହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରୁ କଣ୍ଟେନର ଓ ଡ୍ରାଇଭର କୁ ବଅଁରପାଳ ଥାନାରେ ଅଟକ ରଖି ପଚରାଉଚରା କରୁଥିଲେ। 

ଅନୁଗୋଳ ଜିଲ୍ଲା ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.