କବିସୂର୍ଯ୍ୟନଗର :-
ଆଜି କବିସୂର୍ଯ୍ୟନଗର ସହରରେ ଥିବା କବିସୂର୍ଯ୍ୟ ବଳଦେବ ଓ ସଂସ୍କୃତ ଦୁଇଟି ମହାବିଦ୍ୟାଳୟ ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଛାତ୍ର ଛାତ୍ରୀ ମାନେ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କୁ ଜଣାଇଥିଲେ ଯାହାରି ଫଳରେ ଆଜି ସକାଳ ୧୧ଘଣ୍ଟା ସମୟରେ ସମ୍ମାନନୀୟା ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ମହୋଦୟା କବିସୂର୍ଯ୍ୟନଗର ସ୍ଥିତ କେ.ବି.ଭି ମହାବିଦ୍ୟାଳୟ ଏବଂ ସଂସ୍କୃତ ମହାବିଦ୍ୟାଳୟ ଠାରେ ନୂତନ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଥମେ କବିସୂର୍ଯ୍ୟ ନଗର ଡାକ ବଙ୍ଗଳାରୁ ବାହାରି ସଂସ୍କୃତ ମହାବିଦ୍ୟାଳୟ ଓ ଶେଷରେ କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟ ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।ଆଜିର ଏହି କାର୍ଯ୍ୟକ୍ରମରେ ଏନ୍.ଏ.ସି ଅଧ୍ୟକ୍ଷା ଶ୍ରୀମତୀ s. ଲକ୍ଷ୍ମୀ ସେଠୀ , ଉପାଧକ୍ଷ ଶ୍ରୀଯୁକ୍ତ ବିକ୍ରାନ୍ତ୍ କୁମାର ସାହୁ,ପୂର୍ବତନ ନଗର ପାଳିକା ଲକ୍ଷ୍ମୀପ୍ରିୟା ସାହୁ,କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିଜୟ କୁମାର ନାୟକ, ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ର ସଂଯୋଜକ K ପୁରୁଷୋତ୍ତମ,ଅବନୀରଞ୍ଜନ ମିଶ୍ର,ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା,ଛାତ୍ର ଛାତ୍ରୀଙ୍କ ସହ ନଗର ବିଜେଡି ସଭାପତି ଭଗବାନ ସ୍ୱାଇଁ,କାର୍ଯ୍ୟକାରୀ ସଭାପତି ରସଲ ଦାସ, ନଗର ଯୁବ ବିଜେଡ଼ି ସଭାପତି ରାଜେନ୍ଦ୍ର ଖଟେଇ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ଉପ ସଭାପତି ପ୍ରଶନ ନାୟକ,ଯୁବ ନେତା ରାକେଶ ପ୍ରଧାନ,ଦିଲ୍ଲୀପ ସାହୁ,ସୁଦର୍ଶନ ପ୍ରଧାନ,ଛାତ୍ର ନେତା ମଳୟ ରଞ୍ଜନ ପଟ୍ଟନାୟକ,କିସନ ସାହୁ,ନାରାୟଣ ସିଅ, ବାସୁଦେବ ନାହକଙ୍କ ସହ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ।
ଗଞ୍ଜାମରୁ ଭଗବାନ ପାଢ଼ୀ ଙ୍କ ରିପୋଟ

